ସୟିଦ ହାଫିଜକୁ ଆତଙ୍କବାଦୀ ଘୋଷଣା କରିପାରେ ପାକିସ୍ତାନ

Advertisment
ସୟିଦ ହାଫିଜକୁ ଆତଙ୍କବାଦୀ ଘୋଷଣା କରିପାରେ ପାକିସ୍ତାନ

Generated by IJG JPEG Library

ଇସଲାମବାଦ: ଆର୍ନ୍ତଜାତିକ ସମୁଦାୟର ଚାପରେ ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଯାଉଛି। ଯଦି ଆନ୍ତରିକତା ସହିତ ପାକିସ୍ତାନ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ଆତଙ୍କବାଦୀ ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ ବୋଳି ମିଡିଆ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।
ପାକିସ୍ତାନ ରାଷ୍ଟ୍ରପତି ମମନୁନ୍‌ ହୁସେନ୍‌ ଗତ ସୋମବାର ଦିନ ଏକ ଅଧ୍ୟାଦେଶରେ ଦସ୍ତଖତ କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ନିଷିଦ୍ଧ ଘୋଷିତ ଲସ୍କର ଇ ତୋଇବା, ଅଲ କାଏଦା, ତାଲିବାନ ଆଦି ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଙ୍ଗଠନ ଗୁଡ଼ିକ ଉପରେ ଲଗାମ କଷିବା ପାଇଁ ଏହି ଅଧ୍ୟାଦେଶ ମାଧ୍ୟମରେ ଆଇନଗତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

publive-image
ଅଧ୍ୟାଦେଶ ଦ୍ୱାରା ପାକିସ୍ତାନର ଆତଙ୍କବାଦୀ ନିରୋଧ ଆଇନର କେତେକ ସଂଶୋଧନ କରାଯାଇଛିି। ଏହି ସଂଶୋଧନ ଦ୍ୱାରା କର୍ତ୍ତୃପକ୍ଷ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କ୍ଷମତାପ୍ରାପ୍ତ ହୋଇଛନ୍ତି। ଏପରିକି ଏହିପରି ସଙ୍ଗଠନଗୁଡ଼ିକର ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା, ସେମାନଙ୍କ ଅଫିସକୁ ବନ୍ଦ କରିବା ଆଦି କ୍ଷମତା ଦିଆଯାଇଛି।
ସୂଚନାଯୋଗ୍ୟ ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଅଲ କାଏଦା, ତେହେରିକ୍‌ ଇ ତାଲିବାନ ପାକିସ୍ତାନ, ଲସ୍କର ଇ ଝାଙ୍ଗଭି, ଜମାତ ଉଦ ଦାଓ୍ଵା, ଫଲହା ଇ ଇନସାନିୟତ ଫାଉଣ୍ଡେସନ, ଲସ୍କର ଇ ତୋଇବା ଓ ଅନ୍ୟ କୋତକ ଆତଙ୍କବାଦୀ ସଙ୍ଗଠନକୁ ନିଷିଦ୍ଧ ଘୋଷଣା କରିଛି। ଆଉ ଏହି ସବୁ ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନର ସହଯୋଗରେ ବେଶ୍‌ ସକ୍ରିୟ ଥିବା ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe