photo-the print
ନୂଆଦିଲ୍ଲୀ: ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ଭାରତ ବିରୋଧରେ ପରମାଣୁ ବୋମା ବ୍ୟବହାର କରାଯିବ ବୋଲି ଧମକ ଦେଇଛନ୍ତି। ଶେଖ ରସିଦ କହିଛନ୍ତି ଯେ ପାକିସ୍ତାନରେ ପରମାଣୁ ବୋମା ଅଛି ଯାହା ଆସାମ ଯାଏଁ ପହଂଚିପାରିବ । କେବଳ ଏତିକି ନୁହେଁ, ଏହି ପରମାଣୁ ଆକ୍ରମଣରେ ମୁସଲମାନମାନଙ୍କର କୌଣସି କ୍ଷତି ହେବ ନାହିଁ ବୋଲି ଶେଖ ରସିଦ କହିଛନ୍ତି।
ଶେଖ ରସିଦ କହିଛନ୍ତି ଯେ ଯଦି ଭାରତ ଏବଂ ପାକିସ୍ଥାନରେ ଯୁଦ୍ଧ ହୁଏ ତେବେ ଏହା ଏକ ରକ୍ତାକ୍ତ ତଥା ଶେଷ ଯୁଦ୍ଧ ହେବ। ପାକିସ୍ତାନର ରେଳ ମନ୍ତ୍ରୀ କହିଛନ୍ତି ମୁସଲମାନଙ୍କ ଜୀବନ ବଞ୍ଚାଇବା ପର୍ଯ୍ୟନ୍ତ ଆମ ଅସ୍ତ୍ର ଆସାମକୁ ଟାର୍ଗେଟ କରିପାରିବ।
ଶେଖ ରସିଦ ପ୍ରଥମ ଥର ପାଇଁ ଏହି ଧମକ ଦେଇନାହାଁନ୍ତି। ପୂର୍ବରୁ ମଧ୍ୟ ଅନେକ ଥର ସେ ଏପରି ବିବୃତ୍ତି ଦେଇଛନ୍ତି। ସେ ପୂର୍ବରୁ ଭାରତର ନାମ ନ ନେଇ ପରମାଣୁ ଯୁଦ୍ଧର ଧମକ ଦେଇଥିଲେ। ଶେଖ ରସିଦ କହିଛନ୍ତି ଯେ ବର୍ତ୍ତମାନ ଯୁଦ୍ଧ ପାରମ୍ପାରିକ ଢଙ୍ଗରେ ହେବ ନାହିଁ, ବରଂ ପରମାଣୁ ଯୁଦ୍ଧ ହେବ।
Follow Us