୧୪ ବର୍ଷିୟା ନାବାଳିକାକୁ ପାକିସ୍ତାନ ସାଂସଦ ବିବାହ କରିବା ଘଟଣାକୁ ନେଇ ହଇଚଇ; ପୁଲିସ୍‌ ଆରମ୍ଭ କଲା ତଦନ୍ତ

Advertisment
୧୪ ବର୍ଷିୟା ନାବାଳିକାକୁ ପାକିସ୍ତାନ ସାଂସଦ ବିବାହ କରିବା ଘଟଣାକୁ ନେଇ ହଇଚଇ; ପୁଲିସ୍‌ ଆରମ୍ଭ କଲା ତଦନ୍ତ

Dawn

ବାଲୁଚିସ୍ତାନ: ପାକିସ୍ତାନର ଜନୈକ ସାଂସଦ ଜନୈକା ୧୪ ବର୍ଷିୟା ନାବାଳିକାକୁ ବିବାହ କରିବା ଘଟଣା ସଂପ୍ରତି ପାକିସ୍ତାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଥିସହ ଏହି ଘଟଣାକୁ ନେଇ ପାକିସ୍ତାନ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଜମାତ୍‌ ଉଲେମା-ଇ-ଇସଲାମର ନେତା ତଥା ବାଲୁଚିସ୍ତାନାର ସାଂସଦ ସାଲାହୁଦ୍ଦିନ ଆୟୁବି ବାଲୁଚିସ୍ତାନ ଜନୈକା ୧୪ ବର୍ଷିୟା ନାବାଳିକାକୁ ବିବାହ କରିବା ପରେ ଏହି ବିବାଦ ମୁଣ୍ଡ ଟେକିଛି।

ସ୍ଥାନୀୟ ଗଣମାଧ୍ୟମ ପାକ୍‌ ଅବଜରଭର ଅଭିଯୋଗ କରିଛି ଯେ ସାଂସଦଙ୍କ ବୟସ ଏବେ ୫୦ ବର୍ଷ ହୋଇଥିବା ବେଳେ ସେ ୧୪ ବର୍ଷିୟା ନାବାଳିକାକୁ ବିବାହ କରିଛନ୍ତି। ଏହି ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଅନ୍ୟପକ୍ଷରେ ଚିତ୍ରାଲରେ ମହିଳାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଏକ ଏନଜିଓର ରିପୋର୍ଟକୁ ଆଧାର କରି ପକିସ୍ତାନର ଅନ୍ୟତମ ପ୍ରମୁଖ ସମ୍ବାଦପତ୍ର ଡନ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନାବାଳିକକାଟି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଜୁଗୁରର ଛାତ୍ରୀ ଥିଲା। ଯେଉଁଠାରେ ତାଙ୍କର ଜନ୍ମ ତାରିଖ ୨୮ ଅକ୍ଟୋବର ୨୦୦୬ ବୋଲି ରେକର୍ଡ କରାଯାଇଛି। ତେରଉ, ବାଳିକା ଜଣକ ଏବେ ନାବାଳିକା ଥିବାବେଳେ ବିବାହ ବୟସ ହାସଲ କରିନାହାଁନ୍ତି।

ପାକିସ୍ତାନରେ ପ୍ରଚଳିତ ଥିବା ଆଇନ୍‌ ଅନୁଯାୟୀ ୧୬ ବର୍ଷ ବୟସରୁ କମ୍‌ ବାଳିକାମାନେ ବିବାହ କରିପାରିବେ ନାହିଁ ବୋଲି ନିୟମ ରହିଥିବା ବେଳେ ଖୋଦ୍‌ ପାକିସ୍ତାନ ସାଂସଦଙ୍କର ଏହି ୧୪ ବର୍ଷିୟା ନାବାଳିକାକୁ ବିବାହ ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe