Advertisment

ଆମର କୌଣସି ବିମାନ ନଷ୍ଟ ହୋଇନି : ପାକିସ୍ତାନ

Advertisment

ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୫ଟି ଲଢୁଆ ବିମାନକୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ କହିଛନ୍ତି । ତେବେ ତାଙ୍କର ଏହି ବୟାନକୁ ଖଣ୍ଡନ କରିଛି ପାକିସ୍ତାନ । 

ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୫ଟି ଲଢୁଆ ବିମାନକୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ କହିଛନ୍ତି । ତେବେ ତାଙ୍କର ଏହି ବୟାନକୁ ଖଣ୍ଡନ କରିଛି ପାକିସ୍ତାନ । 

pk

ଇସ୍ଲାମାବାଦ : ଗତ ମେ ମାସରେ ହୋଇଥିବା ଅପରେସନ ସିନ୍ଦୂର ସମୟରେ ଭାରତୀୟ ବାୟୁସେନା ପାକିସ୍ତାନର ୫ଟି ଲଢୁଆ ବିମାନ ଓ ଏକ ପ୍ରାକ୍ ସତର୍କତା ବିମାନ (ଏଡ୍ବୁଲସି)କୁ ନଷ୍ଟ କରିଦେଇଥିବା ବୋଲି ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଅମରପ୍ରୀତ ସିଂହ କହିଛନ୍ତି । ତେବେ ତାଙ୍କର ଏହି ବୟାନକୁ ଖଣ୍ଡନ କରିଛି ପାକିସ୍ତାନ । 

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ଶନିବାର ଦାବି କରିଛନ୍ତି " ଭାରତୀୟ ସଶସ୍ତ୍ର ବାହିନୀ ସାମ୍ପ୍ରତିକ ସଂଘର୍ଷ ସମୟରେ ସେମାନଙ୍କ ସେନାର କୌଣସି ବିମାନକୁ ଟାର୍ଗେଟ କିମ୍ବା ନଷ୍ଟ କରିପାରି ନାହାଁନ୍ତି। ସଂଘର୍ଷର ୩ ମାସ ପରେ ଭାରତ ପକ୍ଷରୁ ଏପରି କୁହାଯାଉଛି, କିନ୍ତୁ ସେତେବେଳେ ହିଁ ପାକିସ୍ତାନ ଏ ନେଇ ଉପଯୁକ୍ତ ତଥ୍ୟ ସହ ଅନ୍ତର୍ଜାତୀୟ ଗଣମାଧ୍ୟମ ଆଗରେ ନିଜର ସ୍ଥିତି ସ୍ପଷ୍ଟ କରିଥିଲା । ଏଣୁ ଭାରତର ଏହି ଦାବି ଅବିଶ୍ବସନୀୟ ।"

ସିଂହ କହିଥିଲେ ଯେ ଆମେ ଅତି କମରେ ପାଞ୍ଚଟି ଲଢ଼ୁଆ ବିମାନକୁ ଖସାଇ ଦିଆଯାଇଥିବା ସୂଚନା ନିଶ୍ଚିତ କରିଛୁ, ଯେଉଁଥିରେ ଏକ ବଡ଼ ବିମାନ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଏକ ବିମାନ କିମ୍ବା ଏକ ଏଡବ୍ଲୁସି (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍) ହୋଇପାରେ, ଯାହାକୁ ପ୍ରାୟ ୩୦୦ କିଲୋମିଟର ଦୂରରୁ ଟାର୍ଗେଟ କରାଯାଇଥିଲା।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe