ଅଟାରୀ-ୱାଘା ଗେଟ୍‌ ଖୋଲି ନାକରିକଙ୍କୁ ଦେଶକୁ ଫେରାଇନେଲା ପାକିସ୍ତାନ

Advertisment

ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯିବା ପରେ ଭାରତ ସରକାର ପାକିସ୍ତାନୀମାନଙ୍କର ସ୍ୱଳ୍ପକାଳୀନ ଭିସା ବାତିଲ କରି ଦେଇଥିଲେ।

ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯିବା ପରେ ଭାରତ ସରକାର ପାକିସ୍ତାନୀମାନଙ୍କର ସ୍ୱଳ୍ପକାଳୀନ ଭିସା ବାତିଲ କରି ଦେଇଥିଲେ।

ତୁ ଚଜୂ

ଇସ୍‌ଲାମ୍‌ବାଦ: ଏପ୍ରିଲ ୨୨ ତାରିଖରେ ହୋଇଥିବା ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯିବା ପରେ ଭାରତ ସରକାର ପାକିସ୍ତାନୀମାନଙ୍କର ସ୍ୱଳ୍ପକାଳୀନ ଭିସା ବାତିଲ କରି ଦେଇଥିଲେ। ଏବେ ଭାରତରେ ଫସି ରହିଥିବା ନାଗରିକମାନଙ୍କୁ ଫେରିବାକୁ ଅନୁମତି ଦେବା ସହିତ ପାକିସ୍ତାନ ଶୁକ୍ରବାର ଦିନ ଅଟାରୀ-ୱାଘା ସୀମାରେ ଫାଟକ ଖୋଲି ଦେଇଛି।

ଗୁରୁବାର ସୀମା ବନ୍ଦ୍‌ ଥିବାରୁ ଅନେକ ପାକିସ୍ତାନୀ ନାଗରିକ ଭାରତ ପାର୍ଶ୍ୱରେ ଫସି ରହିଥିଲେ। ସୀମାରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ନାଗରିକ ସୂରଜ କୁମାର ମଧ୍ୟ ଅଛନ୍ତି, ଯିଏ ତାଙ୍କ ବୃଦ୍ଧ ମା’ଙ୍କୁ ହରିଦ୍ୱାର ତୀର୍ଥଯାତ୍ରାରେ ନେବା ପାଇଁ ଭାରତ ଆସିଥିଲେ। 

ଗୁରୁବାର ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହନ୍ତି, "ମୁଁ ଦଶ ଦିନ ପୂର୍ବରୁ ୪୫ ଦିନିଆ ଭିସାରେ ଭାରତ ଆସିଥିଲି, କିନ୍ତୁ ମୋତେ ଶୀଘ୍ର ଚାଲିଯିବାକୁ କୁହାଯାଇଥିଲା। ଆଜି ସକାଳ ୬ଟାରେ ଫେରିବା ପାଇଁ ଯେତେବେଳେ ମୁଁ ଅଟାରୀରେ ପହଞ୍ଚିଲି, ସେତେବେଳେ ମୁଁ ଦେଖିଲି ଯେ ଫାଟକଗୁଡ଼ିକ ବନ୍ଦ ଅଛି,"।

 ଭାରତରେ ଦୀର୍ଘ ବର୍ଷ ଧରି ରହୁଥିବା ପ୍ରାୟ ୯୦୦ ଲୋକ ଭାରତ ଛାଡ଼ି ପାକିସ୍ତାନ ଯାଇଛନ୍ତି।  ସବୁଠାରୁ ଅଲଗା ହେଉଛି ଓସାମା ନାମକ ଜଣେ ବ୍ୟକ୍ତିଙ୍କ କାହାଣୀ। ସେ ଦୀର୍ଘ ୧୭ ବର୍ଷ ଭାରତରେ ରହିଛନ୍ତି। ଭାରତରେ ବୋର୍ଡ ପରୀକ୍ଷା ଦେଇଛନ୍ତି। ଭାରତ‌ରେ ତାଙ୍କ ଆଧାର କାର୍ଡ ଅଛି ଏବଂ ଏପରିକି ନିର୍ବାଚନରେ ଭୋଟ୍‌ ମଧ୍ୟ ଦେଇଛନ୍ତି।  ଓସାମାଙ୍କ ପ୍ରକୃତ ଘର ଟ୍ବିନ୍‌ସିଟି ରାୱଲପିଣ୍ଡି-ଇସଲାମାବାଦରେ।  ଭାରତ ଛାଡ଼ିଥିବା ୯୦୦ ଲୋକଙ୍କ ମଧ୍ୟରେ ସେ ମଧ୍ୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe