ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ପାକିସ୍ତାନ: ଗୁଇନ୍ଦା ବିଭାଗ

Advertisment
ଭାରତରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛି ପାକିସ୍ତାନ: ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଆରମ୍ଭ ହେଲାଣି । ଆଉ ଏହି ପାର୍ବଣ ଋତୁରେ ଦେଶକୁ ରକ୍ତରଞ୍ଜିତ କରିବାକୁ ଶତ୍ରୁ ଦେଶରୁ ହେଉଛି ସାଂଘାତିକ ଷଡଯନ୍ତ୍ର । ଭାରତରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ଆତଙ୍କବାଦୀ। ତେବେ ଏଥର ଟିଫିନ୍ ବକ୍ସରେ ଆଇଡି ପ୍ରସ୍ତୁତ କରି ବିସ୍ଫୋରଣ କରିବାକୁ ଆତଙ୍କବାଦୀ ଯୋଜନା କରୁଥିବା ଜଣାପଡ଼ିଛି । ଏନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି । ଆତଙ୍କବାଦୀମାନେ ପାକିସ୍ତାନ ମାଟିରୁ ଭାରତରେ ପ୍ରବେଶ ପାଇଁ ସୁଯୋଗ ଖୋଜୁଥିବା ସହ ଛୋଟ ଛୋଟ ଗ୍ରୁପ୍ କରି ଭାରତୀୟ ସୀମାକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ଆଉ ଏହି ସାଂଘାତିକ ଷଡଯନ୍ତ୍ରର ଜାଲ ବିଛାଉଛି ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ।

ଏହାବ୍ୟତୀତ ଆଫଗାନୀ ଆତଙ୍କବାଦୀଙ୍କୁ ନେଇ ଭାରତୀୟ ଗୁଇନ୍ଦା ବିଭାଗ ସତର୍କ କରାଇଛି । ଗୁଇନ୍ଦା ବିଭାଗ ଦେଇଥିବା ସୂଚନା ମୁତାବକ, ଆଫଗାନୀ ଆତଙ୍କବାଦୀଙ୍କ ସହ ଲସ୍କର-ଇ-ତୋଇବା, ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀମାନେ ଭାରତକୁ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି । ପାଖାପାଖି ୩୫ରୁ ୪୦ ଆତଙ୍କବାଦୀଙ୍କୁ ପାକିସ୍ତାନ ପ୍ରସ୍ତୁତ କରୁଥିବା ନେଇ ସୂଚନା ମିଳିଛି ।

आतंकवादी हमले में, 22 लोगों की मौत - News85 | DailyHunt Dailyhunt

ଏହାବାଦ୍ ଲସ୍କରର ଆଉ କିଛି ଆତଙ୍କବାଦୀ ନଦୀରେ ଟ୍ୟୁବ ମାଧ୍ୟମରେ ଭାରତରେ ଅନୁପ୍ରବେଶ କରିପାରନ୍ତି ବୋଲି ସୂଚନା ମିଳିଛି। ପାର୍ବଣ ଋତୁରେ ଆଇଏସଆଇ ଭାରତରେ ବୋମା ବିସ୍ଫୋରଣ କରିବାକୁ ଯୋଜନା କରୁଥିବା ସହ ଭିଡ଼ ହେଉଥିବା ସ୍ଥାନକୁ ଟାର୍ଗେଟ କରିପାରେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe