News Nation
ଇସ୍ଲାମାବାଦ: ଅଦ୍ଭୂତପୂର୍ବ ବିଜୟ ପରେ ମୋଦିଙ୍କୁ ଟ୍ଵିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ଉଲ୍ଲେଖଯୋଗ୍ୟ, ଚୂଡ଼ାନ୍ତ ଫଳାଫଳ ନଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏବେ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଇସ୍ରାଇଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇବା ପରେ ଏବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମୋଦିଙ୍କ ବଡ ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ବିଜେପି ନେତୃତ୍ୱାଧୀନ ଏନ୍ଡିଏ ୩୫୫ରୁ ଅଧିକ ଆସନରେ ଆଗୁଆ ଥିବା ବେଳେ ସରକାର ଗଢ଼ିବା ନେଇ ବିଭିନ୍ନ ମାହୋଲରୁ ମୋଦିଙ୍କ ପାଖକୁ ଅଭନନ୍ଦନର ସୁଅ ଛୁଟିବାରେ ଲାଗିଛି। ଇସ୍ରାଇଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସଫଳତା ନେଇ ଶୁଭେଚ୍ଛା ଜଣାଇଥିବା ବେଳେ ଏବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଟ୍ଵିଟ୍ କରି ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Follow Us