Image Courtesy of India Today
ନୂଆଦିଲ୍ଲୀ: ‘ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ’ ବିରୋଧରେ ଟୁଇଟ୍ ପୋଷ୍ଟ୍ କରି ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଭାରତର ଅଭ୍ୟନ୍ତରୀଣ ବ୍ୟାପାରକୁ ପଶିଆସିଛନ୍ତି। ‘ସିଏଏ’ ଓ ‘ଏନ୍ଆର୍ସି’ ବିରୋଧରେ ଦେଶ ତମାମ ପ୍ରତିବାଦ ଚାଲିଥିବା ବେଳେ ଆନ୍ତର୍ଜାତିକ ସମୁଦାୟକୁ ଇମ୍ରାନ୍ ଖାଁ କହିଛନ୍ତି: ଆଗେଇ ଚାଲିଥିବା ଆର୍ଏସ୍ଏସ୍ ମୁସଲମାନମାନଙ୍କୁ ସଂହାର କରିବା ପୂର୍ବରୁ ଜାଗି ଉଠନ୍ତୁ।
ଖାଁଙ୍କ ମତରେ, ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଘୃଣାଭାବ ରଖି ସେନା ସଂଗଠିତ ହେଲେ ତାହାର ପରିଣତି ସର୍ବଦା ନରସଂହାର ହିଁ ହୁଏ।
Image Source: Quora‘ଆର୍ଏସ୍ଏସ୍’ର ସ୍ୱେଚ୍ଛାସେବୀଙ୍କୁ ଜର୍ମାନ୍ ଏକଚ୍ଛତ୍ରବାଦୀ ଆଡ୍ଲଫ୍ ହିଟ୍ଲର୍ଙ୍କ ‘ବ୍ରାଉନ୍ ସାର୍ଟସ୍’ ସହ ତୁଳନା କରି ସେ ଟୁଇଟ୍ କରିଛନ୍ତି: ଅନ୍ୟାନ୍ୟ ନରସଂହାର ସଂଖ୍ୟାକୁ ଟପାଇ ଦେବାକୁ ଅଗ୍ରସର ହେଉଥିବା ‘ଆର୍ଏସ୍ଏସ୍’ ମୁସଲମାନମାନଙ୍କୁ ସଂହାର କରିବା ପୂର୍ବରୁ ଆନ୍ତର୍ଜାତିକ ସମୁଦାୟ ଜାଗି ଉଠିବା ଉଚିତ। ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ପ୍ରତି ଘୃଣାଭାବ ରଖି ହିଟ୍ଲର୍ଙ୍କ ‘ବାଦାମୀ ସାର୍ଟ’ କିଂବା ‘ଆର୍ଏସ୍ଏସ୍’ ଭଳି ସେନା ଗଠନ ହେଲେ ତା’ର ପରିଣିତି ସର୍ବଦା ନରସଂହାର ହୁଏ।
ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ‘ଆର୍ଏସ୍ଏସ୍’ କର୍ମୀମାନେ କରୁଥିବା ପଦଯାତ୍ରାର ଏକ ଭିଡିଓ ମଧ୍ୟ ଖାଁ ଟୁଇଟ୍ କରିଛନ୍ତି।
Follow Us