Photo Courtesy of TOI
ଜାତିସଂଘ: ଭାରତ କଶ୍ମୀର ଲୋକଙ୍କ ସଂଗ୍ରାମକୁ ନିର୍ଦ୍ଦୟଭାବେ ଦମନ କରୁଥିବାରୁ କଶ୍ମୀରରେ ଜଣେ ସ୍ୱତନ୍ତ୍ର ଦୂତ ନିଯୁକ୍ତି ଦେବାକୁ ଜାତିସଂଘକୁ କହିଛନ୍ତି ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶାହିଦ ଖାକନ୍ ଅବ୍ଦାସି।
ଭାରତ ତାଙ୍କ ଦେଶ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହୁଛି ବୋଲି ଗତକାଲି ଜାତିସଂଘ ସାଧାରଣ ପରିଷଦ୍ ବୈଠକରେ ନିଜର ପ୍ରଥମ ଭାଷଣ ଦେବା ଅବସରରେ ଅବ୍ଦାସି ଅଭିଯୋଗ କରିଥିଲେ।
ଅଳ୍ପ କିଛି ମାସ ହେବ ମୁଖ୍ୟମନ୍ତ୍ରୀ ହୋଇଥିବା ଅବ୍ଦାସୀ ନିଜ ଭାଷଣରେ ଅନ୍ୟାନ୍ୟ ପ୍ରସଙ୍ଗ ଛଡ଼ା ‘କଶ୍ମୀର’ ଶବ୍ଦ ୧୭ ଥର ଏବଂ ‘ଭାରତ’ ଶବ୍ଦ ୧୪ ଥର ଉଚ୍ଚାରଣ କରିଥିଲେ। ପାକିସ୍ତାନ ସୃଷ୍ଟି ହେବା ଦିନଠାରୁ ତା’ର ପୂର୍ବଦିଗସ୍ଥିତ ପଡ଼ୋଶୀଙ୍କଠାରୁ କ୍ରମାଗତ ବିଦ୍ୱେଷର ଶିକାର ହୋଇ ଆସୁଛି।
Follow Us