ୟାସିନକୁ ଦଣ୍ଡ ଦେବା ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ୟାସିନକୁ ଦଣ୍ଡ ଦେବା ପରେ ପାକିସ୍ତାନରେ ଖେଳିଗଲା ଦୁଃଖର କଳା ବାଦଲ

ୟାସିନକୁ ଦଣ୍ଡ ଦେବା ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ: ପାକିସ୍ତାନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆତଙ୍କବାଦୀ ୟାସିନ ମଲିକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତେବେ ଦଣ୍ଡ ଘୋଷଣା ହେବା ମାତ୍ରେ ପଡୋଶୀ ଦେଶ ପାକିସ୍ତାନରେ ଦୁଃଖର କଳା ବାଦଲ ଖେଳିଯାଇଛି | ଆଉ ଦଣ୍ଡ ଘୋଷଣା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ବୟାନ ସାମ୍ନାକୁ ଆସିଛି | ସେ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ର ଏବଂ ଏହାର ନ୍ୟାୟ ବ୍ୟବସ୍ଥା ପାଇଁ ଆଜି ଏକ କଳା ଦିନ। ଭାରତ ୟାସିନ ମଲିକଙ୍କୁ ଶାରୀରିକ ଭାବେ ବନ୍ଦୀ କରିପାରେ କିନ୍ତୁ ଏହା ସ୍ୱାଧୀନତାର ବିଚାରକୁ କେବେ ବି ବନ୍ଦୀ କରିପାରିବ ନାହିଁ |

ବାସ୍ତବରେ, ୟାସିନ ମଲିକକୁ ଦଣ୍ଡାଦେଶର କିଛି ସମୟ ପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ତାଙ୍କର ଏକ ଟ୍ୱିଟରେ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ୟାସିନ ମଲିକଙ୍କ ପାଇଁ ଏହି ଦଣ୍ଡ କଶ୍ମୀରବାସୀଙ୍କ ଆତ୍ମନିର୍ଣ୍ଣୟର ଅଧିକାରକୁ ଏକ ନୂତନ ପ୍ରେରଣା ଦେବ।

publive-image

ସୂଚନା ଥାଉ କି ‘ଏନ୍‌ଆଇଏ’ ପକ୍ଷରୁ ୟାସିନ ମଲିକକୁ ଫାଶୀ ଦିଆଯାଉ ବୋଲି ଅଦାଲତରେ ଆବେଦନ କରାଯାଇଥିବା ବେଳେ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଏହା ସହ ୧୦ଲକ୍ଷ ଟଙ୍କାର ଜରିମାନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି। ମେ ୧୯ରେ ଏନଆଇଏ କୋର୍ଟର ସ୍ବତନ୍ତ୍ର ଜଜ୍ ପ୍ରବୀଣ ସିଂ ମଲିକଙ୍କୁ ‘ଅନ୍‌ଲଫୁଲ୍‌ ଆକ୍ଟିଭିଟିଜ୍‌ ପ୍ରିଭେନ୍‌ସନ୍ ଆକ୍ଟ୍‌’ରେ (ୟୁଏପିଏ) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe