Image Courtesy of India Today
ଇସ୍ଲାମାବାଦ୍: ‘ଟି-୨୦ ବିଶ୍ବକପ୍’ରେ ଦେଶର ବିଜୟ ଖୁସିରେ ପ୍ରହେଳିକାମୟ ଅଭିନନ୍ଦନ ଟୁଇଟ୍ରେ ପାକିସ୍ତାନକୁ ଉପହାସ କରିଥିବା ଜିମ୍ବାୱେର ରାଷ୍ଟ୍ରପତିଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ମଧ୍ୟ ବିଦ୍ରୂପ କରିଛନ୍ତି।
ଟୁଇଟ୍ କରି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହ୍ବାଜ୍ ଶରିଫ୍ ଲେଖିଛନ୍ତି: ଆମର ପ୍ରକୃତ ‘ମିଷ୍ଟର୍ ବିନ୍’ ନ ଥାଇ ପାରେ, କିନ୍ତୁ ଆମର ସତ୍ୟନିଷ୍ଠ କ୍ରିକେଟ୍-ପ୍ରାଣ ଅଛି। ଅସୁବିଧାରେ ପଡ଼ି ମଧ୍ୟ ଆମ ପାକିସ୍ତାନୀମାନଙ୍କର ସ୍ବାଭାବିକ ଅବସ୍ଥାକୁ ଚାଲିଯିବା ଭଳି ମଜାଦାର ଅଭ୍ୟାସ ଅଛି। ରାଷ୍ଟ୍ରପତିଜୀ: ଅଭିନନ୍ଦନ। ସତରେ ଆଜି ଆପଣଙ୍କ ଟିପ୍ ଭଲ ଖେଳିଲା। ଏଥିସହ ଗୋଟାଏ ‘କ୍ଲାପ୍ ଇମୋଟିକନ୍’ ମଧ୍ୟ ସେ ସଂଯୋଗ କରିଛନ୍ତି।
Image Courtesy of NDTVଗୁରୁବାର ଦିନ ମାତ୍ର ୧ ରନ୍ରେ ପାକିସ୍ତାନକୁ ପରାସ୍ତ କରି ଜିମ୍ବାୱେ ବିଜୟ ହାସଲ କରିବା ପରେ ରାଷ୍ଟ୍ରପତି ଇମର୍ସନ୍ ଡାମ୍ବୁଡ୍ଜୋ ମନାଗାଗ୍ୱା ତାଙ୍କ ଟିମ୍କୁ ଅଭିନନ୍ଦନ ଜଣାଇ ଲେଖିଥିଲେ, ଜିମ୍ବାୱେ ପାଇଁ କେଡ଼େ ଚମତ୍କାର ବିଜୟ। ‘ସେଭ୍ରନ୍’ମାନଙ୍କୁ ଅଭିନନ୍ଦନ। ଆର ଥରକୁ ପ୍ରକୃତ ମିଷ୍ଟର୍ ବିନ୍ ପଠାଅ।
ଉପରୋକ୍ତ ପ୍ରହେଳିକାମୟ ଟୁଇଟ୍ରେ ରାଷ୍ଟ୍ରପତି ଏମର୍ସନ୍ ପାକିସ୍ତାନର ହାସ୍ୟାଭିନେତା ଆସିଫ୍ ମହମ୍ମଦ୍ଙ୍କୁ ସମାଲୋଚନା କରିଛନ୍ତି। ୨୦୧୬ରେ ଆସିଫ୍ ମିଷ୍ଟର୍ ବିନ୍ଙ୍କ ପରି ବେଶପୋଷାକ ସାଜି ଜିମ୍ବାୱେ ଯାଇଥିଲେ। ମିଷ୍ଟର୍ ବିନ୍ ଭୂମିକାରେ ଅଭିନୟ କରିଥିବା ପ୍ରକୃତ ଅଭିନେତା ହେଉଛନ୍ତି ବ୍ରିଟିସ୍ ଅଭିନେତା ରୋୱାନ୍ ଆଟ୍କିସନ୍। କିନ୍ତୁ, ଆସିଫ୍ ତାଙ୍କ ସମରୂପ ହୋଇ ଜିମ୍ବାୱେର ହରାରେରେ ଆୟୋଜିତ ‘କମେଡି ନାଇଟ୍’କୁ ଯାଇଥିଲେ। ସ୍ଥାନୀୟ ହରାରେବାସୀ ମଧ୍ୟ ତାଙ୍କୁ ଉପଯୁକ୍ତ ପାରିଶ୍ରମିକ ଦେଇଥିଲେ। କିନ୍ତୁ, ଉକ୍ତ ସୋ’ ଆଶାନୁରୂପ ସଫଳ ନ ହେବାରୁ ହରାରେବାସୀ ହତାଶ ହୋଇଥିଲେ।
Follow Us