ଟୁଇଟର୍‌ ଆକାଉଣ୍ଟ୍‌ ବ୍ଲକ୍‌ ସଂକ୍ରାନ୍ତରେ ତୀବ୍ର ପ୍ରତିବାଦ ଜଣାଇବାକୁ ଭାରତୀୟ କୂଟନୀତିଜ୍ଞଙ୍କୁ ଡକାଇଲା ପାକିସ୍ତାନ

Advertisment
ଟୁଇଟର୍‌ ଆକାଉଣ୍ଟ୍‌ ବ୍ଲକ୍‌ ସଂକ୍ରାନ୍ତରେ ତୀବ୍ର ପ୍ରତିବାଦ ଜଣାଇବାକୁ ଭାରତୀୟ କୂଟନୀତିଜ୍ଞଙ୍କୁ ଡକାଇଲା ପାକିସ୍ତାନ

Image Courtesy of India Today

ନୂଆଦିଲ୍ଲୀ: ନିକଟ ଅତୀତରେ ନିର୍ଦ୍ଦିଷ୍ଟ କେତେକ ପାକିସ୍ତାନୀ ଟୁଇଟର୍‌ ହ୍ୟାଣ୍ଡଲ୍‌ଗୁଡ଼ିକୁ ଭାରତରେ ବ୍ଲକ୍‌ କରାଯାଇଥିବାରୁ ତୀବ୍ର ପ୍ରତିବାଦ ବ୍ୟକ୍ତ କରିବା ଲାଗି ଶୁକ୍ରବାର ଦିନ ଇସ୍‌ଲାମାବାଦସ୍ଥିତ ‘ଇଣ୍ଡିଆନ୍‌ ଚାର୍ଜ ଡି’ଆଫେୟାର୍ସ’ ସୁରେଶ କୁମାରଙ୍କୁ ପାକିସ୍ତାନ ଡକାଇଥିଲା।

ଏ ସଂକ୍ରାନ୍ତରେ ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଇସ୍‌ଲାମାବାଦସ୍ଥିତ ‘ଇଣ୍ଡିଆନ୍‌ ଚାର୍ଜ ଡି’ଆଫେୟାର୍ସ’ଙ୍କୁ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଡକାଯାଇଥିଲା। ‘ଜିଓ-ବ୍ଲକିଙ୍ଗ୍‌’ ଏବଂ ‘ସେନ୍‌ସର୍‌ସିପ୍‌’ ଆଇନ ସକ୍ରିୟ କରି ଇରାନ୍‌, ତୁର୍କୀ, ଇଜିପ୍‌ଟ୍‌, ୟୁଏନ୍‌-ନ୍ୟୁୟର୍କସ୍ଥିତ ପାକିସ୍ତାନର କୂଟନୈତିକ ମିସନ୍‌ର ଆକାଉଣ୍ଟ୍‌ ସମେତ ଟୁଇଟର୍‌ରେ ୮୦ଟି ଆକାଉଣ୍ଟ୍‌ର କଣ୍ଟେଣ୍ଟ୍‌ ଏବଂ ରାଷ୍ଟ୍ରୀୟ ପ୍ରସାରଣକାରୀ ‘ରେଡିଓ ପାକିସ୍ତାନ’ର ଆସେସ୍‌ ଭାରତ ସରକାର ବ୍ଲକ୍‌ କରିଥିବା ଘଟଣା ଲାଗି ଦୃଢ଼ ରାଜନୈତିକ ପ୍ରତିବାଦ ଉତ୍ଥାପନ କରାଯାଇଥିଲା।

publive-image Image Courtesy of PiPa News

ଉଲ୍ଲେଖଯୋଗ୍ୟ, ‘ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ, ୨୦୦୦ ବଳରେ ଭାରତ କେତେକ ପାକିସ୍ତାନୀ କୂଟନୈତିକ ମିସନ୍‌, ସାମ୍ବାଦିକ ଏବଂ କେତେକ ବିଶିଷ୍ଟ ବ୍ୟକ୍ତିଙ୍କର ଅଫିସିଆଲ୍‌ ଟୁଇଟର୍‌ ଆକାଉଣ୍ଟ୍‌କୁ ଭାରତ ନିଷିଦ୍ଧ କରିଛି।

ଭାରତର ଏତାଦୃଶ କାର୍ଯ୍ୟାନୁଷ୍ଠାନ ଆନ୍ତର୍ଜାତିକ ମାନକ, ପ୍ରତିବଦ୍ଧତା, ନିୟମ ଏବଂ ସୂଚନା ପ୍ରବାହର ଢାଞ୍ଚାର ବିରୁଦ୍ଧାଚରଣ କରିବା ସହ ମତ ଉପସ୍ଥାପନର ପରିସର ସଙ୍କୁଚିତ କରୁଛି। ଏହାଦ୍ବାରା ଭାରତରେ ମୌଳିକ ସ୍ବାଧୀନତା ଉପରେ ମଧ୍ୟ କଟକଣା ଜାରି ହେବା ପରି ମନେହେଉଥିବା କଥା ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe