୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଭାରତକୁ ହସ୍ତାନ୍ତର କରିବ ପାକିସ୍ତାନ

Advertisment
୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଭାରତକୁ ହସ୍ତାନ୍ତର କରିବ ପାକିସ୍ତାନ

ନୂଆଦିଲ୍ଲୀ: ଦେଶର ଆଞ୍ଚଳିକ ଜଳସୀମାରେ ପ୍ରବେଶ କରିଥିବା ଅଭିଯୋଗରେ ପାକିସ୍ତାନ ଦ୍ୱାରା ଗିରଫ ହୋଇଥିବା ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ସୋମବାର ୱାଘା ସୀମା ପାର କରାଇ ଭାରତକୁ ହସ୍ତାନ୍ତର କରିବା ପାଇଁ ପାକିସ୍ତାନ ଘୋଷଣା କରିଛି। ସଂପ୍ରତି କରାଚିର ଲାଣ୍ଡି ଜେଲରେ ବନ୍ଦୀଥିବା ଏହି ମତ୍ସ୍ୟଜୀବୀମାନଙ୍କୁ ମାନବିକତା ଆଧାରରେ ରବିବାର ଦିନ ମୁକ୍ତ କରାଯାଇଥିବା ପାକିସ୍ତାନ ପକ୍ଷରୁ କୁହାଯାଇଛି।

ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୁଲିସ ଅଜିମ ଥେବୋ କହିଛନ୍ତି ଯେ ଏହି ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିବା ପରେ ବର୍ତ୍ତମାନ ଜେଲରେ ଆହୁରି ୫୬୮ ଜଣ ଭାରତୀୟ ମତ୍ସ୍ୟଜୀବୀ ରହିଯାଇଛନ୍ତି।
ବେଆଇନ ଭାବେ ପାକିସ୍ତାନୀ ଜଳସୀମା ଭିତରକୁ ପ୍ରବେଶ କରିବା ଏବଂ ବିନା ଅନୁମତିରେ ମାଛ ଧରିବା ଅଭିଯୋଗରେ ଗିରଫ ହୋଇଥିବା ମୁକ୍ତ ମତ୍ସ୍ୟଜୀବୀମାନଙ୍କୁ ଏଧି ଫାଉଣ୍ଡେସନ ଦ୍ୱାରା ସଡ଼କ ପଥରେ ଲାହୋରକୁ ଅଣାଯାଇଛି। ସାମାଜିକ କଲ୍ୟାଣ ସଂଗଠନ ଏଧି ଫାଉଣ୍ଡେସନର ଜଣେ ମୁଖପାତ୍ର କହିଛନ୍ତି ଯେ ଓ୍ଵାଘା ସୀମାରେ ଭାରତର ସୀମା ସୁରକ୍ଷା ବାହିନୀକୁ ଏହି ମତ୍ସ୍ୟଜୀବୀମାନଙ୍କୁ ହସ୍ତାନ୍ତର କରାଯିବ।

ଚଳିତ ବର୍ଷ ଆରମ୍ଭରେ ଭାରତ ଏବଂ ପାକିସ୍ତାନ ଦ୍ୱାରା ବିନିମୟ ହୋଇଥିବା କଏଦୀଙ୍କ ତାଲିକା ଅନୁଯାୟୀ, ପାକିସ୍ତାନରେ ଅତି କମରେ ୬୨୮ ଜଣ ଭାରତୀୟ କଏଦୀଙ୍କୁ ଅଟକ ରଖାଯାଇଥିଲା, ଯେଉଁଥିରେ ୫୧ ଜଣ ସାଧାରଣ ନାଗରିକ ଏବଂ ୫୭୭ ମତ୍ସ୍ୟଜୀବୀ ଥିଲେ।

ସେହିପରି ଭାରତ ସରକାର ଭାରତରେ ୨୮୨ ଜଣ ସାଧାରଣ ନାଗରିକ ଏବଂ ୭୩ ଜଣ ମତ୍ସ୍ୟଜୀବୀଙ୍କ ସମେତ ୩୫୫ ଜଣ ପାକିସ୍ତାନୀ କଏଦୀଙ୍କ ତାଲିକା ମଧ୍ୟ ପାକିସ୍ତାନକୁ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe