ପାକିସ୍ତାନରେ ଟ୍ରେନ ଅପହରଣ କଲେ ଆତଙ୍କବାଦୀ, ଶତାଧିକ ଯାତ୍ରୀ ବନ୍ଧକ

ପାକିସ୍ତାନ ରେଳପଥ ଅନ୍ତର୍ଗତ ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର  ସଶସ୍ତ୍ର ବିଦ୍ରୋହୀମାନେ ଅପହରଣ କରିନେଇଥିବା ଦାବି କରିଛନ୍ତି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ ।

ଅଦ୍ୟତନ ହୋଇଛି
bla

କରାଚୀ : ଆପଣ ବସ୍, ବିମାନ ଆଦି ଅପହରଣ ବିଷୟରେ ଶୁଣିଥିବେ, କିନ୍ତୁ ଟ୍ରେନ ଅପହରଣ କଥା ହେବେ ଶୁଣିଛନ୍ତି କି ? କିନ୍ତୁ ପାକିସ୍ତାନୀ ଆତଙ୍କବାଦୀମାନେ ଏହା କରିଦେଖାଇଛନ୍ତି । ପାକିସ୍ତାନରେ ଏକ ଯାତ୍ରୀବାହୀ ଏକ୍ସପ୍ରେସକୁ ଅପହରଣ କରି ନେଇଛନ୍ତି ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର  ସଶସ୍ତ୍ର ବିଦ୍ରୋହୀମାନେ । 

ସୂଚନା ଅନୁସାରେ ପାକିସ୍ତାନ ରେଳପଥ ଅନ୍ତର୍ଗତ ଜାଫର ଏକ୍ସପ୍ରେସକୁ ବେଲୁଚିସ୍ତାନ ମୁକ୍ତି ବାହିନୀ (ବିଏଲଏ)ର  ସଶସ୍ତ୍ର ବିଦ୍ରୋହୀମାନେ ବୋଲାନଠାରେ ଅପହରଣ କରିନେଇଥିବା ଦାବି କରିଛନ୍ତି । ଟ୍ରେନଟି କ୍ବେଟାରୁ ପେଶାଓ୍ବର ଯାଉଥିଲା ଓ ଏଥିରେ ପ୍ରାୟ ୪୦୦ ଯାତ୍ରୀ ଥିଲେ । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ସେନା ଅଧିକାରୀ ଓ ଯବାନ ଥିବା କୁହାଯାଉଛି । ଟ୍ରେନକୁ ଅପହରଣ କରିନେବା ପରେ ଆତଙ୍କବାଦୀମାନେ ସେଥିରେ ଥିବା ୬ ସେନା ଅଧିକାରୀଙ୍କୁ ମାରିଦେଇଛନ୍ତି । ବିଏଲଏ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ଏହି ଅପହରଣ ପାଇଁ ନିଜକୁ ଦାବି କରାଯାଇଛି । ଟ୍ରେନକୁ ମୁକୁଳାଇବାକୁ ପାକିସ୍ତାନୀ ସେନାର ଏକ ଦଳକୁ ପଠାଯାଇଛି । 

ତେବେ ଟ୍ରେନ ଉପରେ ଯଦି ପାକ୍ ସେନା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ସମଗ୍ର ଯାତ୍ରୀଙ୍କୁ ହତ୍ୟା କରାଯିବ ବୋଲି ବିଏଲଏ ଧମକ ଦେଇଛି । ଏହି ରକ୍ତପାତ ପାଇଁ ପାକ୍ ସେନା ଓ ସରକାର ଦାୟୀ ରହିବେ ବୋଲି ବିଏଲଏ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe