ଚୀନ ସାମଗ୍ରୀ କିଣି ଫସିଗଲା ପାକିସ୍ତାନ

ଚାଇନା ମାଲର ପୁରୁଣା ରେକର୍ଡ ଅଛି, ଅସଲ ସମୟରେ କାମଦିଏ ନାହିଁ । ଏବେ ଏହି କଥାକୁ ପାକିସ୍ତାନ ଭଲଭାବେ ଅନୁଭବ କରିଛି । ଭାରତ ସହ ସଂଘର୍ଷ ବେଳେ ପାକିସ୍ତାନ ବ୍ୟବହାର କରୁଥିବା ଚୀନର ପ୍ରତିରକ୍ଷା ସାମଗ୍ରୀ କାମ ଦେଇନଥିବା ଅଥବା ବିଫଳ ହୋଇଯାଇଥିଲା ।

pak

ନୂଆଦିଲ୍ଲୀ : ଚାଇନା ମାଲର ପୁରୁଣା ରେକର୍ଡ ଅଛି, ଅସଲ ସମୟରେ କାମଦିଏ ନାହିଁ । ଏବେ ଏହି କଥାକୁ ପାକିସ୍ତାନ ଭଲଭାବେ ଅନୁଭବ କରିଛି । ଭାରତ ସହ ସଂଘର୍ଷ ବେଳେ ପାକିସ୍ତାନ ବ୍ୟବହାର କରୁଥିବା ଚୀନର ପ୍ରତିରକ୍ଷା ସାମଗ୍ରୀ କାମ ଦେଇନଥିବା ଅଥବା ବିଫଳ ହୋଇଯାଇଥିଲା । ଚୀନ୍ ଠାରୁ କିଣିଥିବା ଶସ୍ତା ଅସ୍ତ୍ରଶସ୍ତ୍ର ପାକିସ୍ତାନକୁ କାନ୍ଦିବାକୁ ବାଧ୍ୟ କରିଛି। 

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରିଛି। ଯେଉଁଥିରେ ଭାରତ ରାଫେଲ, ସୁଖୋଇ ଏବଂ ଜାଗୁଆର ଯୁଦ୍ଧ ବିମାନ ବ୍ୟବହାର କରି ପାକିସ୍ତାନର ୯ଟି ଆତଙ୍କବାଦୀ ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଭାରତର ରାଫେଲ ଓ ଅନ୍ୟ ବିମାନରୁ କ୍ଷେପଣାସ୍ତ୍ର ଛଡ଼ାଯାଇଥିଲେ ବି ପାକିସ୍ତାନର ଚୀନା ବାୟୁପ୍ରତିରକ୍ଷା ବ୍ୟବସ୍ଥା ଓ ରାଡାର ତାହାକୁ ଠାବ କରିପାରିନଥିଲା । ସେହି ସମୟରେ, ପାକିସ୍ତାନ ଭାରତୀୟ ବାୟୁସେନାର ମୁକାବିଲା କରିବା ପାଇଁ ଚୀନରୁ କିଣାଯାଇଥିବା ଜେ୧୦-ସି ଲଢ଼ୁଆ ବିମାନ ପଠାଇଥିଲା, କିନ୍ତୁ ଏହି ଲଢ଼ୁଆ ବିମାନଗୁଡ଼ିକ କିଛି କରିପାରିଲା ନାହିଁ। ଆକ୍ରମଣର ପରଦିନ ମଧ୍ୟ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା, କିନ୍ତୁ ଚୀନ ନିର୍ମିତ ମିସାଇଲଗୁଡ଼ିକ ଭାରତର ଏସ-୪୦୦ ଓ ଆକାଶ ମିସାଇଲ ସିଷ୍ଟମକୁ ଭେଦ କରିପାରିନଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe