ଜମ୍ମୁ ଓ କଶ୍ମୀରରେ ପାକିସ୍ତାନୀ ସୈନିକଙ୍କ ଅସ୍ତ୍ରବିରତି ଉଲ୍ଲଂଘନ: ଦୁଇ ଯବାନ ସହିଦ ଓ ଜଣେ ନାଗରିକ ମୃତ

Advertisment
ଜମ୍ମୁ ଓ କଶ୍ମୀରରେ ପାକିସ୍ତାନୀ ସୈନିକଙ୍କ ଅସ୍ତ୍ରବିରତି ଉଲ୍ଲଂଘନ: ଦୁଇ ଯବାନ ସହିଦ ଓ ଜଣେ ନାଗରିକ ମୃତ

Image Source: Hindustan Times

ଶ୍ରୀନଗର: ରବିବାର ଦିନ ଜମ୍ମୁ ଓ କଶ୍ମୀରର କୁପ୍‌ଓ୍ଵାରା ଜିଲ୍ଲା ଅନ୍ତର୍ଗତ ତଙ୍ଘାର୍‌ ସେକ୍ଟର୍‌ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ଠାରେ ପାକିସ୍ତାନୀ ସୈନିକମାନେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଯୋଗୁଁ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ଓ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସ କହିଛି।

ଏହି ଗୁଳିକାଣ୍ଡ ଯୋଗୁଁ ଅନ୍ୟ ତିନି ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଥିବା କଥା ପୁଲିସ କହିଛି। ଆହତମାନଙ୍କୁ ନିକଟବର୍ତ୍ତୀ ଡାକ୍ତରଖାନାରେ ଡାକ୍ତରୀ ଚିକିତ୍ସା କରାଯାଉଛି।

ଘଟଣା ଯୋଗୁଁ ଦୁଇଟି ଘର ନଷ୍ଟ ହୋଇଛି।

ଶନିବାର ରାତି ପ୍ରାୟ ୧୦ଟା ବେଳୁ ପାହାନ୍ତ ୪ଟା ଯାଏଁ ପାକିସ୍ତାନୀ ସୈନିକମାନେ ଗୁଳି ଗୋଳା ବର୍ଷଣ ଜାରି ରଖିଥିଲେ।

ଭାରତୀୟ ଯବାନମାନେ ଅସ୍ତ୍ରବିରତି ଉଲ୍ଲଂଘନକାରୀଙ୍କୁ ଠିକଣା ଜବାବ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe