ପାକିସ୍ତାନର ଝିଅ ଥିଲି, ଏବେ ଭାରତର ବୋହୂ; ମୋତେ ରହିବାକୁ ଦିଅନ୍ତୁ: ସୀମା ହାଇଦର

haider

ନୋଏଡା: "ମୁଁ ପାକିସ୍ତାନର ଝିଅ ଥିଲି, କିନ୍ତୁ ଏବେ ମୁଁ ଭାରତର ବୋହୂ।" ଦେଶା ଛାଡ଼ିବା ଭୟରେ ଏଭଳି କହିଲେ ବେଆଇନ୍ ଭାବେ ଭାରତ ଆସିଥିବା ସୀମା ହାଇଦର। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତିଶୋଧମୂଳକ ପଦକ୍ଷେପ ସ୍ୱରୂପ ସରକାର ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ସେବା ବନ୍ଦ କରିବା ପରେ ସୀମା ହାଇଦରଙ୍କୁ ତଡ଼ା ଖାଇବାର ଭୟ ଘାରିଲାଣି।

ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର ହେଉଥିବା ଏକ ଭିଡିଓରେ ସୀମା କହୁଛନ୍ତି, "ମୁଁ ପାକିସ୍ତାନ ଯିବାକୁ ଚାହୁଁନାହିଁ। ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛି ଯେ, ମୋତେ ଭାରତରେ ରହିବାକୁ ଦିଅନ୍ତୁ। ମୁଁ ସଚିନ୍ ମୀନାଙ୍କୁ ବିବାହ କରିବା ପରେ ହିନ୍ଦୁ ଧର୍ମ ଗ୍ରହଣ କରିଛି। ମୁଁ ମୋଦିଜୀ ଏବଂ ଯୋଗୀଜୀଙ୍କୁ ନିବେଦନ କରୁଛି ଯେ, ମୁଁ ଏବେ ସେମାନଙ୍କ ଶରଣରେ ଅଛି। ମୁଁ ପାକିସ୍ତାନର ଝିଅ ଥିଲି କିନ୍ତୁ ଏବେ ମୁଁ ଭାରତର ବୋହୂ। ମୋତେ ଏଠାରେ ରହିବାକୁ ଦିଅନ୍ତୁ।"

ଅନ୍ୟପକ୍ଷରେ ସୀମାଙ୍କ ଓକିଲ କହିଛନ୍ତି, "ସୀମା ଆଉ ପାକିସ୍ତାନୀ ନାଗରିକ ନୁହଁନ୍ତି। ସେ ଗ୍ରେଟର ନୋଏଡାର ବାସିନ୍ଦା ସଚିନ ମୀନାଙ୍କୁ ବିବାହ କରିଥିଲେ ଏବଂ ନିକଟରେ ସେମାନଙ୍କ ଝିଅ ଭାରତୀ ମୀନାଙ୍କୁ ଜନ୍ମ ଦେଇଛନ୍ତି। ତାଙ୍କ ନାଗରିକତା ଏବେ ତାଙ୍କ ଭାରତୀୟ ସ୍ୱାମୀଙ୍କ ସହ ଜଡିତ। ତେଣୁ କେନ୍ଦ୍ରର ନିର୍ଦ୍ଦେଶ ତାଙ୍କ ଉପରେ ପ୍ରଯୁଜ୍ୟ ହେବା ଉଚିତ୍ ନୁହେଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe