ଆସନ୍ତା ୧୭ ତାରିଖ ପାକିସ୍ତାନର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ, କାହିଁକି ଜାଣନ୍ତୁ

Advertisment
ଆସନ୍ତା ୧୭ ତାରିଖ ପାକିସ୍ତାନର ଭବିଷ୍ୟତ ପାଇଁ ଗୁରୁତ୍ୱପୂର୍ଣ୍ଣ, କାହିଁକି ଜାଣନ୍ତୁ

HT

ଇସ୍ଲାମାବାଦ : ଆସନ୍ତା ୧୭ ତାରିଖରେ ଅନ୍ତର୍ଜାତୀୟ ସ୍ତରରେ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ)ର ଆଞ୍ଚଳିକ ଶାଖା ଏସିଆଇ-ପାସିଫିକ ଗ୍ରୁପ (ଏପିଜି) ପାକିସ୍ତାନର ଆତଙ୍କ ନିରୋଧୀ କାର୍ଯ୍ୟାନୁଷ୍ଠାନର ମୂଲ୍ୟାଙ୍କନ କରିବ । ଏହି ମୂଲ୍ୟାଙ୍କ ଭିତ୍ତିରେ ହିଁ ପାକିସ୍ତାନ ଗ୍ରେ ତାଲିକାରେ ରହିବ ନା ନାହିଁ, ତାହା ନିର୍ଦ୍ଧାରଣ କରାଯିବ । ଦେବାଳିଆ ହୋଇଯାଇଥିବା ପାକିସ୍ତାନ ପାଇଁ ଏହା ବେଶ ଗୁରୁତ୍ୱ ବହନ କରେ ।

ସୂଚନାଯୋଗ୍ୟ ଯେ ପ୍ରତିଶ୍ରୁତି ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ ବନ୍ଦ କରିବା ଦିଗରେ କୌଣସି ଆଖିଦୃଶିଆ ପଦକ୍ଷେପ ନେଉନଥିବାରୁ ପାକିସ୍ତାନ ଅନ୍ତର୍ଜାତୀୟ ବେଆଇନ ଅର୍ଥ କାରବାର ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାକ୍ସଫୋର୍ସ (ଏଫଏଟିଏଫ) ଦ୍ୱାରା ଗ୍ରେ (ଧୂଷର) ତାଲିକାରେ ରହିଛି । ଏହା ପରେ ପାକିସ୍ତାନର ଅର୍ଥନୀତି ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ଏହାର କାରଣ ହେଉଛି ପାକିସ୍ତାନ ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଉ ଥିବାରୁ କୌଣସି ବହୁରାଷ୍ଟ୍ରୀୟ ସଂସ୍ଥା ତାହାକୁ ଋଣ ଦେବାକୁ ରାଜି ହେଉନାହାନ୍ତି । ଏହା ଯୋଗୁଁ ପାକିସ୍ତାନକୁ କୌଣସି ବିଦେଶୀ ପୁଞ୍ଜି ଆସୁନାହିଁ । ଗତ ବର୍ଷ ପାକିସ୍ତାନ ଗ୍ରସ୍ତରେ ଆସିଥିବା ଏଫଏଟିଏଫର ପ୍ରତିନିଧି ମଣ୍ଡଳ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ ଯଦି ଆତଙ୍କବାଦୀ ପାଣ୍ଠିଯୋଗାଣ ବାବଦରେ କଠୋର ପଦକ୍ଷେପ ନ ନିଏ, ତେବେ ବାଧ୍ୟ ହୋଇ ତାହାକୁ କଳା ତାଲିକାଭୁକ୍ତ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe