ଯାତ୍ରା ଆରମ୍ଭ କରିବାର ୩୦ମିନିଟ ପରେ ଲାଇନଚ୍ୟୁତ ହୋଇ ଓଲଟି ପଡ଼ିଲା ବଗି; ଅଳ୍ପ‌କେ ବର୍ତ୍ତି ଯାଇଛନ୍ତି ସମସ୍ତ ଯାତ୍ରୀ

ପଞ୍ଜାବର ଶେଖପୁରା ଜିଲ୍ଲାର କାଲା ଶାହ କାକୁ ନିକଟରେ ଇସଲାମାବାଦ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ  ୨୯ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ କୌଣସି ଯାତ୍ରୀଙ୍କ ଏ ଦୁର୍ଘଟଣାରେ ପ୍ରାଣହାନୀ ହୋଇନାହିଁ।

New Project (3)

ପାକିସ୍ତାନ:ଗତ ଶୁକ୍ରବାର ଅଗଷ୍ଟ ୧ ତାରିଖ ସନ୍ଧ୍ୟାରେ ପଞ୍ଜାବର ଶେଖପୁରା ଜିଲ୍ଲାର କାଲା ଶାହ କାକୁ ନିକଟରେ ଇସଲାମାବାଦ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ  ୨୯ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।

ପଞ୍ଜାବ ରେସକ୍ୟୁ ୧୧୨୨ ଅନୁଯାୟୀ, କାଲା ଶାହ କାକୁ ଅଞ୍ଚଳରେ ଏକ ରାସାୟନିକ ପ୍ଲାଣ୍ଟ ନିକଟରେ ଯାତ୍ରୀବାହୀ ଟ୍ରେନର ପାଞ୍ଚଟି ବଗି ଲାଇନଚ୍ୟୁତ ହୋଇଥିଲା। ଏହି ଦୁର୍ଘଟଣାର ଖବର ପାଇବା ପରେ ଛଅଟି ଜରୁରୀକାଳୀନ ଗାଡ଼ି ଏବଂ ୨୫ ଜଣ ଉଦ୍ଧାର କର୍ମୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା । 

ପଞ୍ଜାବ ରେସକ୍ୟୁର ମୁଖପାତ୍ର ଫାରୁକ ଅହମ୍ମଦ ଏହି ରେଳ ଦୁର୍ଘଟଣାକୁ ନେଇ କହଛନ୍ତି, ‘ଦୁର୍ଘଟଣାପରେ ଘଟଣାସ୍ଥଳରେ ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରାଯିବା ସହିତ ଯୁଦ୍ଧକାଳୀନଭିତ୍ତିରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।  ୨୨ ଜଣ ଯାତ୍ରୀଙ୍କୁ ଘଟଣାସ୍ଥଳରେ ପ୍ରାଥମିକ ଚିକିତ୍ସା ଦିଆଯାଇଥିବା ବେଳେ ଅନ୍ୟ ୭ଜଣ ଆହତଙ୍କୁ ଅଧିକ ଚିକିତ୍ସା ପାଇଁ ମୁରିଦକେର ତହସିଲ ମୁଖ୍ୟାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଉକ୍ତ ଆହତ ଯାତ୍ରୀ ସୁସ୍ଥ ଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ପ୍ରାରମ୍ଭିକ ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିବା ବେଳେ ଖବର ଲେଖାହେଲା ପର୍ଯ୍ୟନ୍ତ କୌଣସି ଯାତ୍ରୀଙ୍କ ମୃତାହତର ରିପୋର୍ଟ ଆସିନାହିଁ। ସୌଭାଗ୍ୟବଶତଃ ଏକ ବଡ଼ ଅଘଟଣ ଟଳି ଯାଇଥିବା ପ୍ରତ୍ୟେକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe