ନୂଆଦିଲ୍ଲୀ: ପଂଜଶୀରରେ ପାକିସ୍ତାନର ବିମାନ ଆକ୍ରମଣ ଘଟଣାକୁ ଇରାନ୍ କଡ଼ା ବିରୋଧ କରିଛି। ପଂଜଶୀରରେ ପାକିସ୍ତାନର ଏହି କାର୍ଯ୍ୟକ୍ରମକୁ ପ୍ରଥମ ରାଷ୍ଟ୍ର ଭାବେ ଇରାନ କଡ଼ା ସମାଲୋଚନା କରିଛି। ଇରାନ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ସୟିସ ଖତିବଜାଦେହ କହିଛନ୍ତି, ଗତ ରାତିର ଘଟଣାକୁ ଆମେ କଡ଼ା ନିନ୍ଦା କରୁଛୁ। ପଂଜଶୀରରେ ପାକିସ୍ତାନର ହସ୍ତକ୍ଷେପ ଘଟଣାରେ ଇରାନ ତଦନ୍ତ ଦାବି କରିଛି। ଇରାନ୍ ଖୋଲାଖୋଲି ଭାବେ ପାକିସ୍ତାନକୁ ବିରୋଧ କରିଛି। ଉଲ୍ଲେଖଯୋଗ୍ୟ ଯେ, ଗତ କିଛି ଦିନ ଧରି ଆଫଗାନିସ୍ତାନରେ ଯାହା ଘଟି ଚାଲିଛି ସେଥିରେ ବିଶ୍ବ ସମୁଦାୟ ନିରବଦ୍ରଷ୍ଟା ସାଜିଛନ୍ତି। ଭାରତ ମଧ୍ୟ ଆଫଗାନିସ୍ତାନରେ ଯାହା ଚାଲିଛି ସେଥିରେ ସମ୍ପୂର୍ଣ୍ଣ ନିରବ ରହିଛି। ଉଲ୍ଲେଖଯୋଗ୍ୟ ଯେ, ପଂଜଶୀରରେ ପାକିସ୍ତାନ ବିମାନ ଆକ୍ରମଣ କରିଛି। ପାକିସ୍ତାନର ଡ୍ରୋନ୍ ଦ୍ବାରା ପଂଜଶୀରରେ ସ୍ମାର୍ଟ ବୋମା ବର୍ଷା ହୋଇଛି। ଏଥିଯୋଗୁଁ ପଂଜଶୀରରେ ବ୍ୟାପକ କ୍ଷୟକ୍ଷତି ହେବା ସହ ବ୍ୟାପକ ମୃତାହତ ମଧ୍ୟ ହୋଇଛି।
ପଂଜଶୀରରେ ପାକିସ୍ତାନର ବିମାନ ଆକ୍ରମଣ ଘଟଣା: ପ୍ରଥମ ରାଷ୍ଟ୍ର ଭାବେ କଡ଼ା ବିରୋଧ କଲା ଇରାନ
Advertisment
Follow Us