ଭାରତର ଶକ୍ତିଶାଳୀ ଏୟାରଷ୍ଟ୍ରାଇକ ଭୟରେ ପୁଣି ଥରହର ପାକିସ୍ତାନ; ବନ୍ଦକଲା ଏୟା୍ରସ୍ପେସ

ସିନ୍ଦୂରର ଶକ୍ତିଶାଳୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ପ୍ରାୟତଃ ସ୍ଥଗିତ ରହିଥିବା ବେଳେ ସୀମାରେ ସୁରକ୍ଷାବାହିନୀ ମୁତୟନ ବୃଦ୍ଧି ପାଇଛି, ଯାହା ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି।

New Project (16)

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର  ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଜଡ଼ିତ ଲସ୍କର-ଏ-ତୈବାର ଏକ ଫ୍ରଣ୍ଟ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଉପରେ ଆମେରିକା ପ୍ରତିବନ୍ଧକ ଲଗାଇ ଦେଇଛି। ଏହି  ପ୍ରତିବନ୍ଧକ ପରେ ପାକିସ୍ତାନ ଉପରେ ଚଡ଼କ ପଡ଼ିଯାଇଛି।

ପାକିସ୍ତାନୀ ସାମରିକ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ, କେନ୍ଦ୍ରୀୟ କ୍ଷେତ୍ରର ଏୟାରସ୍ପେସ ଜୁଲାଇ ୧୬ ରୁ ୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ। ଏହିସମୟରେ ଦକ୍ଷିଣ ପାକିସ୍ତାନର ଏୟାରସ୍ପେସ ମଧ୍ୟ ଜୁଲାଇ ୨୨ ଏବଂ ୨୩ ଦୁଇଦିନ ପାଇଁ ବନ୍ଦ ରଖାଯାଇଛି। ଏହି ବନ୍ଦ ସାମରିକ ଅଭ୍ୟାସ, କ୍ଷେପଣାସ୍ତ୍ର ପରୀକ୍ଷଣ ପା୍ଇଁ ବନ୍ଦ କରାଯାଇଥିବା ଅଧିକାରୀକ ଭାବେ ସୂଚନା ଦିଆଯାଇଛି। ତଥାପି କିଛିବିଶେଷ ସୂତ୍ରରୁ ସୂଚନା ମିଳିଛି କି ପାକିସ୍ତାନକୁ ପୁଣିଥରେ ଭାରତର ଏୟାରଷ୍ଟ୍ରାଇକ ଭୟ ଘାରୁଛି ତେଣୁ ସେ ଏୟାରସ୍ପେସକୁ ବନ୍ଦ କରି ଦେଇଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଅପରେସନ ସିନ୍ଦୁର ମାଡ଼ରେ ଥରହର ହୋଇ ଶରଣ ପଶିଥିଲା ପାକିସ୍ତାନ। ଏହି ଘଟଣା ପରେ ପାକିସ୍ତାନ ଭାରତ ପାଇଁ ତାର ଏୟାରସ୍ପେସକୁ ବନ୍ଦ କରିଦେଇଥିଲା ଏବଂ ସାମରିକ କାର୍ଯ୍ୟକଳାପକୁ ତୀବ୍ର କରିଥିଲା। ସିନ୍ଦୂରର ଶକ୍ତିଶାଳୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଯୋଗାଯୋଗ ପ୍ରାୟତଃ ସ୍ଥଗିତ ରହିଥିବା ବେଳେ ସୀମାରେ ସୁରକ୍ଷାବାହିନୀ ମୁତୟନ ବୃଦ୍ଧି ପାଇଛି, ଯାହା ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe