ଆଫଗାନରେ ପୁଣି ପାକ୍‌ର ଏୟାର୍‌ ଷ୍ଟ୍ରାଇକ୍‌: ୩ କ୍ରିକେଟରଙ୍କ ସମେତ ୧୭ ନିହତ, ଜନବସତିକୁ ଟାର୍ଗେଟ୍‌, ବ୍ୟାପକ କ୍ଷୟକ୍ଷତି

ଆଫଗାନିସ୍ତାନର ପାକ୍ତିକା ପ୍ରଦେଶରେ ପାକିସ୍ତାନ ଏୟାର୍ ଷ୍ଟ୍ରାଇକ୍ କରି ୧୭ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି। ନିହତ ଲୋକଙ୍କ ମଧ୍ୟରେ ତିନି ଜଣ କ୍ଲବ୍ କ୍ରିକେଟ୍ ଖେଳାଳି କବୀର, ଶିବଗତୁଲ୍ଲା ଓ ହାରୁନ୍ ରହିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି....

fshfshfsxvbbvbv

କାବୁଲ: ଆଫଗାନିସ୍ତାନର ପାକ୍ତିକା ପ୍ରଦେଶରେ ପାକିସ୍ତାନ ଏୟାର୍ ଷ୍ଟ୍ରାଇକ୍ କରି ୧୭ ଜଣ ସାଧାରଣ ନାଗରିକଙ୍କୁ ହତ୍ୟା କରିଛି। ନିହତ ଲୋକଙ୍କ ମଧ୍ୟରେ ତିନି ଜଣ କ୍ଲବ୍ କ୍ରିକେଟ୍ ଖେଳାଳି କବୀର, ଶିବଗତୁଲ୍ଲା ଓ ହାରୁନ୍ ରହିଥିବା ବେଳେ ଅନ୍ୟ ୭ ଜଣ ଗୁରୁତର ଆହତ ହୋଇଛନ୍ତି ବୋଲି ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ (ଏସିବି) କହିଛି। ଆଫଗାନିସ୍ତାନ ଗଣମାଧ୍ୟମ ଟୋଲୋ ନ୍ୟୁଜ୍ ଅନୁଯାୟୀ, ଏହି ଆକ୍ରମଣରେ ଆର୍ଗନ୍ ଓ ବର୍ମାଲ ଜିଲ୍ଲାର ଅନେକ ଘରକୁ ଟାର୍ଗେଟ୍ କରାଯାଇଥିଲା। ଏହି ଅଞ୍ଚଳ ଦୁଇ ଦେଶର ଡୁରାଣ୍ଡ ଲାଇନ୍‌ ସୀମା ନିକଟରେ ଅବସ୍ଥିତ।

ଅକ୍ଟୋବର ୮ରୁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିବାବେଳେ ୧୫ ତାରିଖ ସନ୍ଧ୍ୟାରେ ଉଭୟ ଦେଶ ୪୮ ଘଣ୍ଟିଆ ଅସ୍ତ୍ରବିରତି ପାଇଁ ରାଜି ହୋଇଥିଲେ। ଅକ୍ଟୋବର ୧୭ ତାରିଖ ସନ୍ଧ୍ୟାରେ ଅସ୍ତ୍ରବିରତି ଶେଷ ହୋଇଥିଲେ ସୁଦ୍ଧା ଏହାକୁ ବୃଦ୍ଧି କରିବାକୁ ଚୁକ୍ତି ହୋଇଥିଲା। ତାଲିବାନର ଜଣେ ଅଧିକାରୀ କହିଛନ୍ତି ଯେ ପାକିସ୍ତାନ ଅସ୍ତ୍ରବିରତି ଭାଙ୍ଗି ପାକ୍ତିକାରେ ତିନୋଟି ସ୍ଥାନରେ ବୋମାମାଡ଼ କରିଛି। ଏହାର ଜବାବରେ ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ନଭେମ୍ବରରେ ପାକିସ୍ତାନରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜ୍‌ରୁ ଓହରିଯିବାକୁ ଘୋଷଣା କରିଛି। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ, ଆଫଗାନିସ୍ତାନ ଓ ଶ୍ରୀଲଙ୍କା ଦଳ ଅଂଶଗ୍ରହଣ କରିବାର ଥିଲା। ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ ଏସିବି ଏକ ବିବୃତି ଜାରି କରି କହିଛି ଯେ ପାକ୍ତିକା ପ୍ରଦେଶର ରାଜଧାନୀ ଶରାନାରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ପରେ ଫେରୁଥିବା ଖେଳାଳିଙ୍କ ଉପରେ ଏହି ଆକ୍ରମଣ ହୋଇଛି।

ତାଲିବାନର ଅଭିଯୋଗ ମୁତାବକ ବୁଧବାର କାବୁଲ ଉପରେ ପାକିସ୍ତାନ ଦୁଇଟି ଡ୍ରୋନ୍ ଆକ୍ରମଣ କରିଥିଲା। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଡଜନରୁ ଅଧିକ ଆହତ ହୋଇଥିଲେ। ଏହି ଆକ୍ରମଣରେ ନିକଟସ୍ଥ ଏକ ବିଦ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଆକ୍ରମଣ ସମୟରେ ଛାତ୍ରମାନେ ଘରକୁ ଯାଇଥିଲେ। 
ତେଣୁ କୌଣସି ପିଲା ପ୍ରାଣ ହରାଇ ନ ଥିଲେ। ଜାତିସଂଘର ସୂଚନା ଅନୁଯାୟୀ, ଚଳିତ ସପ୍ତାହରେ ଆଫଗାନିସ୍ତାନର ୬ଟି ପ୍ରଦେଶରେ ପାକିସ୍ତାନୀ ଆକ୍ରମଣରେ ୩୭ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ଏବଂ ୪୨୫ ଜଣ ଆହତ ହୋଇଛନ୍ତି। ପାକିସ୍ତାନ ଆଫଗାନିସ୍ତାନର ବେସାମରିକ ଅଞ୍ଚଳକୁ ଟାର୍ଗେଟ୍ କରିଥିବା ତାଲିବାନ ଅଭିଯୋଗ କରିଥିବାବେଳେ ପାକିସ୍ତାନ ଆତଙ୍କବାଦୀ ଲୁଚି ରହିଥିବା ଜାଗାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବୋଲି କହିଛି। ଗୁରୁବାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ ଅଭିଯୋଗ କରିଥିଲେ ଯେ ଭାରତ ତାଲିବାନକୁ ଦିଲ୍ଲୀରୁ ନିର୍ଦ୍ଦେଶ ଦେଉଛି ଏବଂ ଆଫଗାନିସ୍ତାନ ଭାରତ ପାଇଁ ଛାୟା ଯୁଦ୍ଧ ଲଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe