ତୁମର କର୍ତ୍ତବ୍ୟକୁ ସଲାମ; ଭୂମିକମ୍ପରେ ଷ୍ଟୁଡିଓ ହଲୁଥିବା ବେଳେ ଉପସ୍ଥାପକ ଖବର ପ୍ରସାରଣ କରିଚାଲିଥିଲେ

ତୁମର କର୍ତ୍ତବ୍ୟକୁ ସଲାମ; ଭୂମିକମ୍ପରେ ଷ୍ଟୁଡିଓ ହଲୁଥିବା ବେଳେ ଉପସ୍ଥାପକ ଖବର ପ୍ରସାରଣ କରିଚାଲିଥିଲେ

ଶ୍ରୀନଗର: ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଦିଲ୍ଲୀ-ଏନସିଆର ବ୍ୟତୀତ ହିମାଚଳ, ରାଜସ୍ଥାନର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି ।

ଭାରତ ବ୍ୟତୀତ ପାକିସ୍ତାନ ଓ ଆଫଗାନିସ୍ତାନ, ତାଜିକିସ୍ତାନ ଓ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ବୋଲି କୁହାଯାଉଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ରହିଛି ।

ଏହି କ୍ରମରେ ପାକିସ୍ତାନରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।  ୩୧ ସେକେଣ୍ଡର ଭିଡିଓରେ, ପାକିସ୍ତାନର ଏକ ନ୍ୟୁଜ ଷ୍ଡୁଡିଓ ଦେଖିବାକୁ ମିଳୁଛି। ଏଥିରେ ଉପସ୍ଥାପକ ଷ୍ଡୁଡିଓରେ ଖବର ପ୍ରସାରଣ କରୁଥିବା ବେଳେ ଭୂକମ୍ପରେ ଏହି ଷ୍ଡୁଡିଓଟିରେ ଥିବା ଚୌକି ଆଉ ଡିସପ୍ଲେ  ଥରୁଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓକୁ ସେୟାର କରି ଜଣେ ଟୁଇଟର ବ୍ୟବହାରକାରୀ ଲେଖିଛନ୍ତି, ‘ଭୂମିକମ୍ପର ସିଧାସଳଖ ଦୃଶ୍ୟ ଦେଖାଇବା ପାଇଁ ଉପସ୍ଥାପକ ଏଭଳି ବିପଦ ସମୟରେ ଷ୍ଡୁଡିଓରେ ରହି ଖବର ପ୍ରସାରଣ କରୁଛନ୍ତି। ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ତୁଲାଉଛନ୍ତି।’

ସେହିପରି ତୀବ୍ର ଭୂମିକମ୍ପ ପ୍ରଭାବରେ କଶ୍ମୀର ଉପତ୍ୟକା ଥରହର ହେଉଥିବା ବେଳେ ‘ଲୋୟର-ସେଗମେଣ୍ଟ ସିଜରିଆନ ସେକ୍ସନ’ରେ ଡାକ୍ତରମାନେ ଉକ୍ତ ଶିଶୁଟିକୁ ପ୍ରସବ କରାଇଛନ୍ତି।

ଟୁଇଟର୍‌ରେ ପ୍ରସବକାଳୀନ ଭିଡିଓ ସେୟାର୍‌ କରି ଅନନ୍ତନାଗ ଜିଲ୍ଲାର ଚିଫ୍‌ ମେଡିକାଲ୍‌ ଅଫିସର୍‌ କହିଛନ୍ତି, ଭୂମିକମ୍ପର ତୀବ୍ର କମ୍ପନ ଅନୁଭୂତ ହେଉଥିବା ବେଳେ ଅନନ୍ତନାଗର ବି‌ଜ୍‌ବେହାରା ‘ସବ୍‌ ଡିଷ୍ଟ୍ରିକ୍ଟ୍‌ ହସ୍ପିଟାଲ୍‌’ରେ ଜରୁରୀକାଳୀନ ‘ଲୋୟର-ସେଗମେଣ୍ଟ ସିଜରିଆନ ସେକ୍ସନ’ ଚାଲିଛି।

ସୁରୁଖୁରୁରେ ‘ଲୋୟର୍-ସେଗମେଣ୍ଟ ସିଜରିଆନ୍‌ ସେକ୍ସନ’ ସମ୍ପାଦନ କରିଥିବା ବି‌ଜବେହାରା ‘ସବ ଡିଷ୍ଟକ୍ଟ ହସ୍ପିଟାଲ’ର କର୍ମଚାରୀଙ୍କୁ ଅଭିନନ୍ଦନ। ସବୁ ଠିକମତେ ହୋଇଥିବାରୁ ଈଶ୍ବରଙ୍କୁ ଧନ୍ୟବାଦ ବୋଲି ମଧ୍ୟ ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି।

ଚାରିଆଡ଼େ ସବୁ ଜିନିଷ ଟଳମଳ ହେଉଥିବା ବେଳେ ଡାକ୍ତରମାନେ କିଭଳି ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରି ଶିଶୁ ଜନ୍ମ କରାଉଛନ୍ତି, ତା’ର ଭିଡିଓ ମଧ୍ୟ ଉକ୍ତ ଟୁଇଟ୍‌ରେ ସେ ସେୟାର୍‌ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ୬.୬ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହେବାରୁ କଶ୍ମୀର ଉପତ୍ୟକାରେ ଏତେ ଯୋର୍‌ରେ କମ୍ପନ ସୃଷ୍ଟି ହେଲା ଯେ, ଅନେକ ଅଞ୍ଚଳରେ ଲୋକେ ଘରୁ ବାହାରକୁ ଚାଲିଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe