ବଲିଉଡ୍‌ ତାରକା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କିଣିବା ନିମନ୍ତେ ୨.୩୫ କୋଟି ଟଙ୍କା ମଞ୍ଜୁର କଲା ପାକିସ୍ତାନ

Advertisment
ବଲିଉଡ୍‌ ତାରକା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କିଣିବା ନିମନ୍ତେ ୨.୩୫ କୋଟି ଟଙ୍କା ମଞ୍ଜୁର କଲା ପାକିସ୍ତାନ

Image Courtesy of Zee News

ପେଶ୍‌ଓ୍ଵାର୍‌: ବଲିଉଡ୍‌ର କିଂବଦନ୍ତୀ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର ଖରିଦ କରିବାକୁ ଶନିବାର ଦିନ ପାକିସ୍ତାନର ଖାଇବର ପଖତୁନ୍‌ଖ୍ଵା ସରକାର ୨.୩୫ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଦୁଇ ଅଭିନେତାଙ୍କର ପୈତୃକ ଘରଗୁଡ଼ିକୁ ଜାତୀୟ ଐତିହ୍ୟ ରୂପେ ଘୋଷଣା କରାଯାଇଛି।

ଖାଇବର ପଖତୁନ୍‌ଖ୍ଵାର ମୁଖ୍ୟମନ୍ତ୍ରୀ ମେହମୁଦ୍‌ ଖାଁ ଔପଚାରିକ ଭାବେ ଏହି ପ୍ରସ୍ତାବକୁ ଅନୁମୋଦନ କରି ଅଟ୍ଟାଳିକା ଦୁଇଟିକୁ ଖରିଦ କରିବା ଲାଗି ଅଳ୍ପ କିଛି ସପ୍ତାହ ପୂର୍ବରୁ ଖାଇବର ପଖତୁନ୍‌ଖ୍ଵାର ‘କମ୍ୟୁନିକେସନ୍‌ ଆଣ୍ଡ୍‌ ଓ୍ଵାର୍କସ୍‌ ଡିପାର୍ଟମେଣ୍ଟ୍‌’ ନିର୍ଦ୍ଧାରଣ କରିଥିବା ମୂଲ୍ୟ ଅନୁଯାୟୀ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅନୁମତି ପ୍ରଦାନ କରିଛନ୍ତି।

publive-image Image Courtesy of India TV News

୧୦୧ ବର୍ଗ ମିଟରବିଶିଷ୍ଟ ଦିଲୀପ କୁମାରଙ୍କ ଘରର ମୂଲ୍ୟ ୮୦.୫୬ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ ରାଜ କପୁରଙ୍କ ୧୫୧.୭୫ ବର୍ଗ ମିଟରବିଶିଷ୍ଟ ଅଟ୍ଟାଳିକାଟିକୁ ୧.୫୦ କୋଟିରେ କ୍ରୟ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କ୍ୱିସା ଖ୍ଵାନି ବଜାରରେ ଅବସ୍ଥିତ ୧୯୧୮ରୁ ୧୯୨୨ ମଧ୍ୟରେ ନିର୍ମିତ ରାଜକପୁରଙ୍କ ଘରର ନାମ ‘କପୁର ହାବେଲି’।

ଖରିଦ କରାଯିବା ପରେ ଏହି ଦୁଇଟି ଅଟ୍ଟାଳିକାକୁ ଖାଇବର ପଖତୁନ୍‌ଖ୍ଵା ପ୍ରତ୍ନତତ୍ତ୍ୱ ବିଭାଗ ସଂଗ୍ରହାଳୟ ବା ଯାଦୁଘରରେ ପରିଣତ କରିବ।
ଦେଶ ବିଭାଜନ ପୂର୍ବରୁ ସେଠାରେ ଭାରତୀୟ ସିନେମାର ଏହି ଦୁଇ ମହାନ୍‌ ଅଭିନେତାଙ୍କର ଜନ୍ମ ଓ ଲାଳନପାଳନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe