Pakistan will sell weapons to 13 countries: ୧୩ଟି ଦେଶକୁ ଅସ୍ତ୍ରଶସ୍ତ୍ର ବିକ୍ରି କରିବ ପାକିସ୍ତାନ, ଭାରତ ବିରୋଧୀ ଯୁଦ୍ଧରେ ପରୀକ୍ଷା କରିଥିବା ଦାବି କରୁଛି

Advertisment

ପାକିସ୍ତାନ ଏହାର ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ୧୩ ଟି ଦେଶ ସହିତ କଥାବାର୍ତ୍ତା କରୁଛି ବୋଲି ଘୋଷଣା କରିଛି। ଏହି ଦେଶମାନଙ୍କ ମଧ୍ୟରେ ସାଉଦି ଆରବ, ଇଣ୍ଡୋନେସିଆ, ସୁଦାନ, ନାଇଜେରିଆ, ବାଂଲାଦେଶ, ମରୋକ୍କୋ, ଇଥିଓପିଆ, ଲିବ୍ୟା ଓ ଇରାକ୍‌ ପରି ଦେଶ ରହିଛନ୍ତି।

ପାକିସ୍ତାନ ଏହାର ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ୧୩ ଟି ଦେଶ ସହିତ କଥାବାର୍ତ୍ତା କରୁଛି ବୋଲି ଘୋଷଣା କରିଛି। ଏହି ଦେଶମାନଙ୍କ ମଧ୍ୟରେ ସାଉଦି ଆରବ, ଇଣ୍ଡୋନେସିଆ, ସୁଦାନ, ନାଇଜେରିଆ, ବାଂଲାଦେଶ, ମରୋକ୍କୋ, ଇଥିଓପିଆ, ଲିବ୍ୟା ଓ ଇରାକ୍‌ ପରି ଦେଶ ରହିଛନ୍ତି।

Pakistan

Pakistan will sell weapons to 13 countries Photograph: (sambad.in)

ଇସଲାମାବାଦ: ପାକିସ୍ତାନ ଏହାର ଅସ୍ତ୍ରଶସ୍ତ୍ର ବିକ୍ରି କରିବାକୁ ୧୩ ଟି ଦେଶ ସହିତ କଥାବାର୍ତ୍ତା କରୁଛି ବୋଲି ଘୋଷଣା କରିଛି। ଏହି ଦେଶମାନଙ୍କ ମଧ୍ୟରେ ସାଉଦି ଆରବ, ଇଣ୍ଡୋନେସିଆ, ସୁଦାନ, ନାଇଜେରିଆ, ବାଂଲାଦେଶ, ମରୋକ୍କୋ, ଇଥିଓପିଆ, ଲିବ୍ୟା ଓ ଇରାକ୍‌ ପରି ଦେଶ ରହିଛନ୍ତି। ପାକିସ୍ତାନର ଅସ୍ତ୍ରଶସ୍ତ୍ର ମଧ୍ୟରେ ଲଢ଼ୁଆ ବିମାନ, ଡ୍ରୋନ୍‌ ଓ ସଶସ୍ତ୍ର ଯାନ ରହିଛି। ପାକିସ୍ତାନ ଆହୁରି ମଧ୍ୟ କହିଛି ଯେ, ଏହାର ଅସ୍ତ୍ରଶସ୍ତ୍ର ଯୁଦ୍ଧ ପରିକ୍ଷୀତ। ଭାରତ ସହିତ ନିକଟରେ ହୋଇଥିବା ଯୁଦ୍ଧରେ ଏସବୁ ବ୍ୟବହାର ହୋଇଥିବା ପାକିସ୍ତାନ ପକ୍ଷରୁ ଦାବି ହୋଇଛି।ପାକିସ୍ତାନ ବର୍ତ୍ତମାନ ଅର୍ଥନୈତିକ ଚାପ ତଥା ବିଦେଶୀ ମୁଦ୍ରା ବିନିମୟ ଅଭାବ ଦେଇ ଗତି କରୁଛି। ଅସ୍ତ୍ରଶସ୍ତ୍ର ବିକ୍ରି ଦ୍ବାରା ପାକିସ୍ତାନ ଏଥିରୁ କିଛି ଆୟ କରିବାକୁ ଲକ୍ଷ୍ୟ ରଖିଛି। ତେବେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ବିକ୍ରି କେବଳ ଆର୍ଥିକ ସମସ୍ୟାର ମୁକାବିଲା ପାଇଁ କରୁନାହିଁ। ପାକିସ୍ତାନ ଯେଉଁ ଦେଶମାନକୁ ଅସ୍ତ୍ରଶସ୍ତ୍ର ବିକ୍ରି କରୁଛନ୍ତି, ସେମାନଙ୍କ ସହିତ ଭାରତର କେମିତି ସମ୍ପର୍କ ରହିଛି ତାହା ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି।

ପାକିସ୍ତାନକୁ ୪୩.୪ ବିଲିଅନ ଡଲାର ଋଣ ମିଳିଥିଲା

ଭାରତୀୟ ସେନାର ପୂର୍ବତନ ସୈନିକ ଲେଫ୍ଟନାଣ୍ଟ କର୍ଣ୍ଣେଲ ଜେଏସ୍ ସୋଢୀ କହିଛନ୍ତି, ଅପରେସନ ସିନ୍ଦୂର ପରେ ପାକିସ୍ତାନ ନିଜର ମିଥ୍ୟା ଆତ୍ମପ୍ରଚାର କରିବାରେ ସଫଳ ହୋଇଛି। ସାମରିକ ଦୃଷ୍ଟିକୋଣରୁ ଏହା ଭାରତଠାରୁ ପରାସ୍ତ ହୋଇଥିଲେ ମଧ୍ୟ ମିଥ୍ୟା ପ୍ରଚାର କରି ଭାରତଠାରୁ ଆଗରେ ରହିଛି। ଫଳରେ ଭାରତକୁ ୩୩ଟି ଦେଶକୁ ଏହାର ପ୍ରତିନିଧୀ ପଠାଇ ପାକିସ୍ତାନ କାରନାମା ପଦାକୁ ଆଣିବାକୁ ପଡ଼ିଥିଲା। ଏହାସତ୍ତ୍ବେ ଏଡିବି, ଆଇଏମ୍‌ଏଫ ଓ ବିଶ୍ବବ୍ୟାଙ୍କଠାରୁ ପାକିସ୍ତାନକୁ ୪୩.୪ ବିଲିଅନ ଡଲାର ଋଣ ମିଳିଥିଲା।

ପାକିସ୍ତାନର ଅସ୍ତ୍ରରେ ଜେଏଫ-୧୭ ବ୍ଲକ ୩ ମଲ୍ଟିରୋଲ ଲଢ଼ୁଆ ବିମାନ ରହିଛି

ପାକିସ୍ତାନର ଅସ୍ତ୍ରରେ ଜେଏଫ-୧୭ ବ୍ଲକ ୩ ମଲ୍ଟିରୋଲ ଲଢ଼ୁଆ ବିମାନ ରହିଛି। ଏହାକୁ ଚୀନ ସହିତ ମିଳିତ ଭାବେ ପାକିସ୍ତାନ ବିକଶିତ କରିଛି। ପ୍ରଶିକ୍ଷଣ ଏୟାରକ୍ରାଫ୍ଟ ଏମ୍‌ଏଫ୍‌ଆଇ-୧୭ ମୁସ୍କକ ରହିଛି। ପାକିସ୍ତାନ ସ୍ବଦେଶୀ ନିର୍ମିତ ଡ୍ରୋନ୍‌ର ମଧ୍ୟ ପ୍ରଚାର କରୁଛି। ଏହାସହିତ ମୋହାଫିଜ ଖଣି ପ୍ରତିରୋଧକ ସୁରକ୍ଷା ଯାନ ରହିଛି। ପାକିସ୍ତାନ ଜେଏଫ୍‌-୧୭କୁ ଯୁଦ୍ଧ ଅପେକ୍ଷା ପ୍ରଶିକ୍ଷଣ ଓ ଆଭ୍ୟନ୍ତରୀଣ ଅପରେସନରେ ଅଧିକ ବ୍ୟବହାର କରୁଥିବାବେଳେ ଭାରତ ବିରୋଧ ଯୁଦ୍ଧରେ ପରୀକ୍ଷଣ କରିଥିବା କହିଛି।

ଆହୁରି ପଢ଼ନ୍ତୁ: Gold-Silver Rate Decrease: ମିଳିଲା ଆଶ୍ବସ୍ତି, କମିଲା ସୁନା, ରୁପା ଦର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe