ଭାରତ ସହ ବିବାଦ ମଧ୍ୟରେ ପାକ୍ ସେନାମୁଖ୍ୟଙ୍କ ବୟାନ; ଏବେ ଶାନ୍ତି ସ୍ଥାପନ କରିବାର ସମୟ ଆସିଛି

Advertisment
ଭାରତ ସହ ବିବାଦ ମଧ୍ୟରେ ପାକ୍ ସେନାମୁଖ୍ୟଙ୍କ ବୟାନ; ଏବେ ଶାନ୍ତି ସ୍ଥାପନ କରିବାର ସମୟ ଆସିଛି

aajtak

ନୂଆଦିଲ୍ଲୀ: ବଦଳୁଛି ପାକିସ୍ତାନର ସ୍ବର। ସବୁବେଳେ ଭାରତ ଉପରକୁ ଆକ୍ରମଣର ଯୋଜନାରେ ଥିବା ପାକିସ୍ତାନ ଏବେ ନିଜର ଚାଲି ବଦଳାଇଛି। ହିଂସା ପଥ ଛାଡ଼ି ଅହିଂସା ପଥ ଆପଣାଉଛି ପାକିସ୍ତାନ। ଏହା ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମାର ଜାଭେଦ ବାଜୱାଙ୍କ କଥାରୁ ସ୍ପଷ୍ଟ ବାରିହୋଇପଡ଼ୁଛି। ସବୁବେଳେ ଭାରତକୁ ଟାର୍ଗେଟ କରିବା, ଆକ୍ରମଣ କରିବା ଏବଂ ହରାଇବାର କଥା କହୁଥିବା ବାଜୱା ଏବେ ଦୁଇ ଦେଶ ମଧ୍ୟ‌ରେ ଶାନ୍ତି ସ୍ଥାପନ କରିବାକୁ ଚାହୁଁଛନ୍ତି। ପାକିସ୍ତାନୀ ସେନାମୁଖ୍ୟ ଜେନେରାଲ ବାଜୱା ମଙ୍ଗଳବାର କହିଛନ୍ତି ଯେ, ଏହି ଦେଶର ସୁରକ୍ଷିତ ଭବିଷ୍ୟତ ପାଇଁ ଶାନ୍ତି ପ୍ରତିଷ୍ଠା କରିବାର ସମୟ ଆସିଛି। ଏଭଳି କହି ସେ ଭାରତ ସହ ବୁଝାମଣା କରିବା ପାଇଁ ଏକ ଅଫର ଦେଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

pakistan army aajtak

ସେନାମୁଖ୍ୟ ଜେନେରାଲ ବାଜୱା ରିସାଲପୁରର ପାକିସ୍ତାନ ବାୟୁସେନା ଏକାଡେମୀରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଶାନ୍ତି ସ୍ଥାପନ କରିବା କଥା କହିଥିଲେ। ବାଜୱା କହିଥିଲେ ଯେ, ସମୟ ଆସିଛି ଯେ ଆମର ସମସ୍ତ ବିବାଦକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଏବଂ ବନ୍ଧୁତ୍ୱର ହାତ ବଢ଼ାଇବା । ଭାରତ ବାଲାକୋଟ ଏୟାର ଷ୍ଟ୍ରାଇକ କରିବା ଏବଂ ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ପାହ୍ୟା ହଟାଇବା ପରଠାରୁ ବାଜୱା ଭାରତ ବିରୋଧୀ ବୟାନ ଦେବା ଆରମ୍ଭ କରିଥିଲେ। ହେଲେ ହଠାତ୍ ‌ତାଙ୍କ ସ୍ବର କେମିତି ବଦଳିଲା, ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe