ପାକିସ୍ତାନର ଆଉ ଏକ ମିଛ: ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନରେ ନାହିଁ ବୋଲି କହିଲେ ପାକ୍‌ ସେନା ପ୍ରବକ୍ତା

ପାକିସ୍ତାନର ଆଉ ଏକ ମିଛ: ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ପାକିସ୍ତାନରେ ନାହିଁ ବୋଲି କହିଲେ ପାକ୍‌ ସେନା ପ୍ରବକ୍ତା

ଇସ୍‌ଲାମାବାଦ: ପାକିସ୍ତାନରେ ଆତଙ୍କବାଦୀ ସଙ୍ଗଠନ ଜୈସ-ଇ-ମହମ୍ମଦର କୌଣସି ଅସ୍ତତ୍ୱ ହିଁ ନାହିଁ, ଏହି ସଙ୍ଗଠନକୁ ଆମ ଦେଶ ତଥା ସଂଯୁକ୍ତ ରାଷ୍ଟ୍ର ପ୍ରତିବନ୍ଧ ଲଗାଇଛି ବୋଲି ବାଲି ପାକ୍‌ ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ୍‌ ଗଫୁର ବୁଧବାର କହିଛନ୍ତି। ଏଥିସହ ସେ ଏକଥା ମଧ୍ୟ କହିଛନ୍ତି କି ପୁଲଓ୍ଵାମା ଆକ୍ରମଣର ଷଡ଼ଯନ୍ତ୍ର ପାକିସ୍ତାନରୁ ହୋଇନାହିଁ। ତେଣୁ ଭାରତର ପାକ ବାୟୁସୀମା ଅତିକ୍ରମ କରିବା ଆଦ ଗ୍ରହଣୀୟ ନୁହେଁ।

ଗଫୁରଙ୍କ ଏଭଳି ବୟାନ ସେହି ସମୟରେ ସାମ୍ନାକୁ ଅସିଛି, ଯେତେବେଳେ ଜୈସ୍‌-ଇ-ମହମ୍ମଦ ପୁଲଓ୍ଵାମା ଆକ୍ରମଣ ଲାଗି ନିଜକୁ ଦାୟୀ ବୋଲି ସ୍ୱୀକାର କରିସାରିଛି । କେବଳ ସେତିକି ନୁହେଁ, ପାକ୍‌ ବୈଦେଶିକ ମନ୍ତ୍ରୀ ମହମୁଦ ଶାହ କୁରେସି ମଧ୍ୟ କହି ସାରିଛନ୍ତି, ଜୈସ୍‌-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନର ମୁଖ୍ୟ ମୌଲାନା ମାସୁଦ ଆଝାର ଏହି ଠାରେ ହିଁ ଅଛି ଏବଂ ସେ ଅସୁସ୍ଥ ଅଛି।

ଏହି କ୍ରମରେ ପାକିସ୍ତାନ ଅର୍ଥ ସଚିବ କହିଛନ୍ତି, ଆର୍ଥିକ କଟକଣାରୁ ବଞ୍ଚିବା ପାଇଁ ପ୍ରତିବନ୍ଧିତ ସଙ୍ଗଠନ ବିରୋଧରେ ସରକାରଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe