ପାକିସ୍ତାନ ସେନା କମାଣ୍ଡର୍‌ଙ୍କୁ ହତ୍ୟା, ସନ୍ଦେହରେ ବାଲୁଚ ବିଦ୍ରୋହୀ

ପାକିସ୍ତାନ ସେନା କମାଣ୍ଡର୍‌ଙ୍କୁ ହତ୍ୟା, ସନ୍ଦେହରେ ବାଲୁଚ ବିଦ୍ରୋହୀ

Asian News Channel

ଇସଲାମାବାଦ : ଗତକାଲି ବିଳମ୍ବିତ ରାତିରେ ବାଲୁଚିସ୍ତାନର ଲାସ୍‌ବେଲା ଅଞ୍ଚଳରେ ପାକ୍‌ ସେନାର ଏକ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା କ୍ୱେଟା କ୍ରପ୍ସ୍ କମାଣ୍ଡର୍‌ ଲେଫ୍ଟ୍ ଜେନେରାଲ ସର୍ଫରାଜ ଅଲି ଏବଂ ଅନ୍ୟ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି। ଅନୁସନ୍ଧାନରୁ ଦୁର୍ଘଟଣା ପଛରେ ବାଲୁଚ ବିଦ୍ରୋହୀଙ୍କ ହାତ ଥିବା ସନ୍ଦେହ କରାଯାଇଛି। କ୍ୱେଟା କ୍ରପ୍ସ୍‌ କମାଣ୍ଡର୍‌ ଜଣେ ଉଚ୍ଚ ପଦାଧିକାରୀ ଅଫିସର ଥିବା ସହ ଦକ୍ଷିଣ ଆଫଗାନିସ୍ତାନ ସୀମାରେ ଆତଙ୍କବାଦୀ ନିୟନ୍ତ୍ରଣରେ ନିୟୋଜିତ ଅଛନ୍ତି।

ପାକିସ୍ତାନରୁ ମିଳିଥିବା ତଥା ଅନୁଯାୟୀ ବ୍ରିଗେଡିୟର୍ ଅମ୍‌ଜାଦ ହାନିଫ୍ (ଡିଜି କୋଷ୍ଟ୍‌ଗାର୍ଡ), ମେଜର୍‌ ସାଇଦ୍‌ (ପାଇଲଟ୍), ମେଜର୍‌ ତଲ୍‌ହା (ସହ-ପାଇଲଟ୍) ଏବଂ ନାୟକ ମୁଦାସିର୍‌ (କ୍ରୁ ସଦସ୍ୟ) ଏହି ହେଲିକାପ୍ଟରରେ ଥିଲେ। ପୁଲିସର ଜଣେ ବରିଷ୍ଠ ଅଧିକାରୀ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଦୁର୍ଘଟଣାଗ୍ରସ୍ତ ସ୍ଥଳଟି ଅଳ୍ପ ଜନବହୁଳ ବିଶିଷ୍ଟ ଏକ ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ଧ୍ୱଂସାବଶେଷ ତଥା ସୈନିକଙ୍କୁ ଖୋଜିବାରେ ବାଧା ସୃଷ୍ଟି ହେଉଛି। ବାଲୁଚିସ୍ତାନର ଲାସ୍‌ବେଲା ଜିଲ୍ଲାରେ ଥିବା ବେସ୍‌କୁ ଅତିକ୍ରମ କରିବାର କିଛି ସମୟ ମଧ୍ୟରେ ହିଁ ହେଲିକପ୍ଟର୍‌ଟି ଗ୍ରାଉଣ୍ଡ୍ କଣ୍ଟ୍ରୋଲ୍ ସହିତ ସମ୍ପର୍କ ହରାଇଥିଲା। ଏନେଇ ପାକ୍ ପ୍ରଧାନମନ୍ତ୍ରୀ ଶେହ୍‌ବାଜ ସରିଫ୍ ଚିନ୍ତା ବ୍ୟକ୍ତ କରିବା ସହ ସୈନିକମାନଙ୍କ ପାଇଁ ପ୍ରର୍ଥନା କରିବାକୁ କହିଛନ୍ତି। ଏଥିସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଟ୍ୱିଟ୍ କରି ପ୍ରାର୍ଥନା କରିଛନ୍ତି। ଅନ୍ୟପକ୍ଷେ ଏ ସଂକ୍ରନ୍ତରେ ବାଲୁଚିସ୍ତାନ ଲିବରେସନ୍ ଆର୍ମି ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe