ଲସ୍କର ଆତଙ୍କବାଦୀଙ୍କ ଶେଷକୃତ୍ୟରେ ଯୋଗଦେଲା ପାକିସ୍ତାନ ସେନା

Advertisment

ଭାରତୀୟ ସେନାର ‘ଅପରେସନ୍‌ ସିନ୍ଦୂର’ ଦ୍ବାରା କୁଖ୍ୟାତ ଜେଇଏମ୍‌ ଆତଙ୍କବାଦୀ ମସୁଦ ଆଝାରର ୧୦ ପରିବାର ସଦସ୍ୟ ଏବଂ ୪ ଜଣ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ ହୋଇଛି। ଜେଇଏମ୍‌ ଏବଂ ଏଲ୍‌ଇଟିର  ୮୦ରୁ ଅଧିକ....

ଭାରତୀୟ ସେନାର ‘ଅପରେସନ୍‌ ସିନ୍ଦୂର’ ଦ୍ବାରା କୁଖ୍ୟାତ ଜେଇଏମ୍‌ ଆତଙ୍କବାଦୀ ମସୁଦ ଆଝାରର ୧୦ ପରିବାର ସଦସ୍ୟ ଏବଂ ୪ ଜଣ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ ହୋଇଛି। ଜେଇଏମ୍‌ ଏବଂ ଏଲ୍‌ଇଟିର  ୮୦ରୁ ଅଧିକ....

dvdvxxc

ନୂଆଦିଲ୍ଲୀ: ଭାରତୀୟ ସେନାର ‘ଅପରେସନ୍‌ ସିନ୍ଦୂର’ ଦ୍ବାରା କୁଖ୍ୟାତ ଜେଇଏମ୍‌ ଆତଙ୍କବାଦୀ ମସୁଦ ଆଝାରର ୧୦ ପରିବାର ସଦସ୍ୟ ଏବଂ ୪ ଜଣ ଘନିଷ୍ଠ ସହଯୋଗୀଙ୍କ ମୃତ୍ୟୁ ହୋଇଛି। ଜେଇଏମ୍‌ ଏବଂ ଏଲ୍‌ଇଟିର   ୮୦ରୁ ଅଧିକ ଆତଙ୍କବାଦୀ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି। ତେବେ ଲସ୍କର ମୁଖ୍ୟାଳୟ ମୁରିଦ୍‌କେରୁ ଏବେ ଏକ ନୂଆ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଏଥିରେ ଦେଖିବାକୁ ମିଳିଛି ଯେ ପାକିସ୍ତାନୀ ସେନା ସଦସ୍ୟମାନେ ଏଲ୍‌ଇଟି ଶୀର୍ଷ କମାଣ୍ଡର ଅବଦୁଲ ରଫ୍‌ ସହ ଆତଙ୍କବାଦୀଙ୍କ ଅନ୍ତିମ କ୍ରିୟାରେ ଯୋଗ ଦେଇଛନ୍ତି। ଏହି ଭିଡିଓ ସେୟାର କରି ଶିବସେନା ସାଂସଦ ମିଲିନ୍ଦ ଦେଓରା କହିଛନ୍ତି, ‘ପାକିସ୍ତାନ ଓ ଆତଙ୍କବାଦ ଅଭିନ୍ନ। ୯/୧୧, ୨୬/୧୧ ଏବଂ ଏବେ ପହଲଗାମ। ବିଶ୍ବକୁ ଆଉ କେତେ ପ୍ରମାଣ ଦରକାର।’ ଅବସରପ୍ରାପ୍ତ ମେଜର ସୁରେନ୍ଦ୍ର ପୁନିଆ କହିଛନ୍ତି, ପାକିସ୍ତାନୀ ସେନା ସଦସ୍ୟମାନେ ଖୋଲାଖୋଲି ଭାବେ ଆତଙ୍କବାଦୀଙ୍କ ଅନ୍ତିମ କ୍ରିୟାରେ ଯୋଗ ଦେଇଛନ୍ତି। ଏହା ପ୍ରମାଣ କରିଦେଉଛି ଯେ ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀ ସର୍ବଦା ଏକାଠି କାମ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe