Representative Image Courtesy of HT
ଜମ୍ମୁ: ଜମ୍ମୁ ଏବଂ କଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖାଠାରେ ବୁଧବାର ଦିନ ପାକିସ୍ତାନୀ ସେନା ଗୁଳିଗୋଳା ନିକ୍ଷେପ କରିବାରୁ ଭାରତ ତରଫରୁ ତା’ର କଡ଼ା ଜବାବ ଦିଆଯାଇଛି।
ଏବେ ମଧ୍ୟ ଗୁଳି ବିନିମୟ ଚାଲିଛି ବୋଲି ଜଣେ ପ୍ରତିରକ୍ଷା ମୁଖପାତ୍ର କହିଛନ୍ତି।
ନିୟନ୍ତ୍ରଣ ରେଖା ନିକଟରେ ଥିବା ପୁଞ୍ଚ୍ ସେକ୍ଟର୍ରେ ସକାଳ ୮ଟା ୧୫ ମିନିଟ୍ ସମୟରେ ପାକିସ୍ତାନ ସେନା ଗୁଳିଗୋଳା ବର୍ଷଣ ଆରମ୍ଭ କରିଥିଲେ ବୋଲି ଜଣେ ମୁଖପାତ୍ର କହିଛନ୍ତି।
ଭାରତୀୟ ସେନା ଏହାର ଦୃଢ଼ ଏବଂ ଫଳପ୍ରଦ ମୁକାବିଲା କରୁଛି।
Follow Us