ସାମ୍ବାରେ ପାକ୍‌ ଗୁଳିରେ ବିଏସ୍‌ଏଫ୍‌ ଯବାନ ସହିଦ

Advertisment
ସାମ୍ବାରେ ପାକ୍‌ ଗୁଳିରେ ବିଏସ୍‌ଏଫ୍‌ ଯବାନ ସହିଦ

The Indian Express

ଶ୍ରୀନଗର: ଜମ୍ମୁ କଶ୍ମୀର ଅନ୍ତର୍ଗତ ସାମ୍ବା ସେକ୍ଟରର ଅନ୍ତର୍ଜାତୀୟ ସୀମା ନିକଟରେ ଆଜି ପାକ୍‌ ସେନା ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକ୍‌ ଗୁଳି ବର୍ଷା କରିବା ଦ୍ୱାରା ଏହାରକ ମୁକାବିଲା କରିବାକୁ ଯାଇ ଜଣେ ବିଏସ୍‌ଏଫ୍‌ ଯବାନ ସହିଦ ହୋଇିଛନ୍ତି। ଜଣେ ବରିଷ୍ଠ ବିଏସ୍‌ଏଫ୍‌ ଅଧିକାରୀଙ୍କ କହିବା ଅନୁଯାୟୀ, ଆଜି ସକାଳ ସାଢ଼େ ୯ଟାରେ ପାକ୍‌ ସେନା ହଠାତ୍‌ ସୀମା ସୁରକ୍ଷା ବାହିନୀର ପାଟ୍ରୋଲିଂ ଗାଡ଼ି ଉପରକୁ ଗୁଳିବର୍ଷା କରିଥିଲା। ଭାରତୀୟ ସେନା ମଧ୍ୟ ଏହାର ଉଚିତ୍‌ ଯବାବ ଦେଇ ଗୁଳିଗୋଳା ମାଡ଼ କରିଥିଲେ। ତେବେ ପାକ୍‌ ଗୁଳିରେ ବିଏସ୍‌ଏଫ୍‌ କନଷ୍ଟେବଲ୍‌ ତପନ ମଣ୍ଡଳ ସହିଦ ହୋଇଛନ୍ତିି। ୨୫ ବର୍ଷୀୟ ସହିଦ ମଣ୍ଡଳ ପଶ୍ଚିମବଙ୍ଗ ଅନ୍ତର୍ଗତ ମୁର୍ସିଦାବାଦ୍‌ର ବାସିନ୍ଦା ବୋଲି ଜଣାଯାଇଛି। ଉଲ୍ଲେଖ ଥାଉ କି, ୨୦୦୨ ମସିହା ପରଠାରୁ ପାକିସ୍ତାନ ସେନା ୧୨,୦୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ମୋଟ ୩୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୪ ଜଣ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe