ହସିନାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲା ପାକିସ୍ତାନ

‘ର’ ସହାୟତା ଯୋଗୁଁ ଚକ୍ରାନ୍ତ ପଣ୍ଡ

ହସିନାଙ୍କୁ ହତ୍ୟା ଷଡ଼ଯନ୍ତ୍ର କରିଥିଲା ପାକିସ୍ତାନ

ଢାକା,: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ହତ୍ୟା କରିବା ପାଇଁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ କରିଥିବା ଏକ ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଛି। ଗତ ଡିସେମ୍ବର ମାସରେ ହସିନାଙ୍କୁ ହତ୍ୟା କରିବା ପାଇଁ ଆଇଏସଆଇ ଓ ବାଂଲାଦେଶର କେତେକ ବିଦ୍ରୋହୀ ନେତା ଷଡ଼ଯନ୍ତ୍ର କରିଥିଲେ। ଢାକାରେ ହସିନାଙ୍କ କାର୍ଯ୍ୟକ୍ରମରେ ବିସ୍ଫୋରଣ କରିବାକୁ ମଧ୍ୟ ଯୋଜନା ଥିଲା। କିନ୍ତୁ ବାଂଲାଦେଶ ସରକାର ଭାରତର ଗୁଇନ୍ଦା ସଂସ୍ଥା ‘ର’ ପକ୍ଷରୁ ଆଗୁଆ ସୂଚନା ପାଇ ଏହି ଷଡ଼ଯନ୍ତ୍ରକୁ ପଣ୍ଡ କରିଦେଇଥିଲେ। ନିର୍ବାଚନ ପୂର୍ବରୁ ବାଂଲାଦେଶରେ ଅସ୍ଥିରତା ସୃଷ୍ଟି କରି ଏଥିରୁ ଫାଇଦା ଉଠାଇବାକୁ ପାକିସ୍ତାନ ଚାହୁଥିଲା। ତେବେ ଭାରତର ସାମରିକ ଗୁଇନ୍ଦା ସଂସ୍ଥା ‘ର’ର ସଫଳ ରଣନୀତି ଯୋଗୁଁ ପାକିସ୍ତାନ ଏଥିରେ ସଫଳ ହୋଇନଥିଲା।
ବାଂଲାଦେଶରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଆଇଏସଆଇ ପକ୍ଷରୁ ଏକ ବୋଟ୍‌ରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ପଠାଯାଇଥିଲା। କିନ୍ତୁ ଅତ୍ୟନ୍ତ ରହସ୍ୟଜନକଭାବେ ଏହି ବୋଟ୍‌ ସମୁଦ୍ରରେ ହିଁ ବିସ୍ଫୋରଣ ହୋଇ ନଷ୍ଟ ହୋଇଯାଇଥିଲା। ଭାରତୀୟ ବୁଡ଼ଜାହଜ କିମ୍ବା ବାଂଲାଦେଶ ସେନାର ଗୋପନ ଅପରେସନ ଫଳରେ ଏହା ହୋଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ଡିସେମ୍ବରରେ ଅନୁଷ୍ଠିତ ବାଂଲାଦେଶ ନିର୍ବାଚନରେ ପୁଣି ଥରେ ଶେଖ ହସିନାଙ୍କ ନେତୃତ୍ୱାଧୀନ ଆଵାମୀ ଲିଗ୍‌ ବିଜୟୀ ହୋଇଥିଲା। କ୍ରମାଗତ ୩ୟ ଥର ପାଇଁ ଶେଖ ହସିନା ବାଂଲାଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe