ପାକିସ୍ତାନ ଭାରତରେ ରକ୍ତନଦୀ ବୁହାଇବାକୁ ଚାହୁଛି: ସେନାଧ୍ୟକ୍ଷ

ପାକିସ୍ତାନ ଭାରତରେ ରକ୍ତନଦୀ ବୁହାଇବାକୁ ଚାହୁଛି: ସେନାଧ୍ୟକ୍ଷ

ନୂଆଦିଲ୍ଲୀ: କଶ୍ମୀର ଉପତ୍ୟକାରେ ଯୁବଗୋଷ୍ଠୀଙ୍କୁ ଆତଙ୍କର ରାସ୍ତାରେ ଟାଣି ନେବାକୁ ପାକିସ୍ତାନ ଯୋଜନାବଦ୍ଧ ଭାବେ କାମ କରୁଛି ଏବଂ ଭାରତରେ ରକ୍ତନଦୀ ବୁହାଇବାକୁ ଚାହୁଛି ବୋଲି ଭାରତର ସେନାଧ୍ୟକ୍ଷ ବିପିନ ରାଓ୍ଵତ ଆଜି ଏଏନ୍‌୍‌ଆଇକୁ ଏକ ସାକ୍ଷାତକାରରେ କହିଛନ୍ତି। ନିଜ ମାଟିରେ ଆତଙ୍କବାଦୀ ସଂଗଠନଗୁଡ଼ିକର କାୟାବିସ୍ତାରକୁ ପାକିସ୍ତାନ ପ୍ରୋତ୍ସାହନ ଦେଇଚାଲିଥିବା ବେଳେ ଏହାର ସଂସ୍ଥା (ସେନା ଏବଂ ଆଇଏସ୍‌୍‌ଆଇ) ହିଂସା ସୃଷ୍ଟି ପାଇଁ ଆତଙ୍କବାଦୀଙ୍କୁ ସବୁ ସହାୟତା ଯୋଗାଇ ଚାଲିଛନ୍ତି। କଶ୍ମୀରରେ ହିଂସା ଜାରି ରଖିବାକୁ ପାକିସ୍ତାନ ତା’ର ଏକ ନୀତି କରିସାରିଛି ବୋଲି ରାଓ୍ଵତ କହିଛନ୍ତି। ଭାରତକୁ ଲହୁ ଲୁହାଣ କରିବା ପାଇଁ ପାକିସ୍ତାନର ଯୋଜନା କରୁଛି ବୋଲି ମତ ଦେଇ ସେ କହିଛନ୍ତି ଯେ ଏଭଳି ସ୍ଥିତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି ଭାରତ ସରକାର ଉଚିତ ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନର ଶାନ୍ତି ପ୍ରସ୍ତାବର କୌଣସି ଯଥାର୍ଥତା ନାହିଁ ଏବଂ ଆତଙ୍କବାଦ ଓ ଶାନ୍ତି ଆଲୋଚନା ଏକସଂଗରେ ଚାଲିପାରିବ ନାହିଁ ବୋଲି ରାଓ୍ଵତ କହିଛନ୍ତି। ପାକିସ୍ତାନ ଯାହା କହୁଛି, କାର୍ଯ୍ୟକ୍ଷେତ୍ରରେ ଠିକ୍‌ ତାହାର ଓଲଟା କରୁଛି। ପାକିସ୍ତାନ ନିଜର ଅଂଚଳରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ଯେଭଳି ପ୍ରଶ୍ରୟ ଦେଇ ଚାଲିଛି ତାହା ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଭାରତ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍‌ ପାଇଁ ପ୍ରସ୍ତୁତ ହେଉଛି ବୋଲି ପ୍ରଶ୍ନ କରାଯିବାରୁ ରାଓ୍ଵତ କହିଥିଲେ ଯେ ସର୍ଜିକାଲ ଷ୍ଟ୍ରାଇକ୍‌ ସର୍ବଦା ଏକ ‘ସର୍‌୍‌ପ୍ରାଇଜ’ ଭାବେ ରହିବ ଏବଂ ଏହାକୁ ସେଭଳି ରହିବାକୁ ଦିଆଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe