ବିବାଦୀୟ ବିଷୟବସ୍ତୁ ନହଟାଇବାରୁ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ

ବିବାଦୀୟ ବିଷୟବସ୍ତୁ ନହଟାଇବାରୁ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ

aajtak

ଇସଲାମାବାଦ: ଲୋକପ୍ରିୟ ମାଗଣା ଏନସାଇକ୍ଲୋପିଡ଼ିଆ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଇଲା ପାକିସ୍ତାନ। ପାକିସ୍ତାନ ଟେଲିକମ୍ୟୁନିକେସନ୍ ଅଥରିଟି (ପିଟିଏ) ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ପିଟିଏର ମୁଖପାତ୍ର ଏହି ସୂଚନା ଦେଇଛନ୍ତି। ଫେବ୍ରୁଆରି ୧ରେ ପିଟିଏ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଉଇକିପିଡ଼ିଆକୁ କିଛି ବିବାଦୀୟ ବିଷୟବସ୍ତୁ ହଟାଇବାକୁ କହିଥିଲା। ହେଲେ ଉଇକିପିଡ଼ିଆ ଏହି ବିଷୟବସ୍ତୁକୁ ହଟାଇଲା ନାହିଁ। ଏହା ପରେ ପିଟିଏ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ପିଟିଏ ମୁଖପାତ୍ର କହିଛନ୍ତି ଯେ ବିବାଦୀୟ ବିଷୟବସ୍ତୁ ହଟାଇବା ପାଇଁ ଉଇକିପିଡ଼ିଆକୁ ୪୮ଘଣ୍ଟା ସମୟ ଦିଆଯାଇଥିଲା। କିନ୍ତୁ ସେ ଏହି ନିର୍ଦ୍ଦେଶ ପାଳନ କରିନଥିବାରୁ ଆମେ ପ୍ରତିବନ୍ଧକ ଲଗାଇଛୁ। ତେବେ ଉଇକିମିଡ଼ିଆ ଫାଉଣ୍ଡେସନ ଟ୍ୱିଟ୍ କରି ପାକିସ୍ତାନର ଏହି ପଦକ୍ଷେପ ବିଷୟରେ ସୂଚନା ଦେଇଛି।

ଫାଉଣ୍ଡେସନ ଲେଖିଛି, 'ପାକିସ୍ତାନରେ ଉଇକିପିଡ଼ିଆ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫେବ୍ରୁଆରି ୧ରେ ଆମେ ପିଟିଏରୁ ଏକ ବିଜ୍ଞପ୍ତି ଗ୍ରହଣ କରିଥିଲୁ, ସେଥିରୁ ୪୮ଘଣ୍ଟା ମଧ୍ୟରେ ବିବାଦୀୟ ବିଷୟବସ୍ତୁ ହଟାଇବାକୁ କୁହାଯାଇଥିଲା। ଫେବ୍ରୁଆରି ୩ରେ, ଆମେ ଜାଣିବାକୁ ପାଇଲୁ ଯେ ୱେବସାଇଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଆମେ ବିଶ୍ୱାସ କରୁ ଯେ ସମସ୍ତ ମନୁଷ୍ୟର ଜ୍ଞନର ଅଧିକାର ଅଛି। ପାକିସ୍ତାନରେ ଉଇକିପିଡ଼ିଆ ଉପରେ ନିଷେଧାଦେଶ ଅର୍ଥ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଜନସଂଖ୍ୟାକୁ ମାଗଣା ଏନସାଇକ୍ଲୋପିଡ଼ିଆରୁ ରୋକିବା। ଆମେ ଆଶା କରୁଛୁ ପାକିସ୍ତାନ ସରକାର ଆମ ସହିତ ଆସି ଉଇକିପିଡ଼ିଆ ଉପରୁ ପ୍ରତିବନ୍ଧକ ହଟାଇବେ।

ଏହା ପୂର୍ବରୁ ଟିକ୍ ଟକ୍ ଓ ୟୁଟ୍ୟୁବ ଉପରେ ପ୍ରତିବନ୍ଧକ ଲଗାଇଥିଲା ପାକିସ୍ତାନ। ହେଲେ ୨୦୧୬ରେ ୟୁଟ୍ୟୁବ ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇଥିଲେ ପାକ୍ ସରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe