ଅଫିସିଆଲ୍ ୱେବସାଇଟରେ ନକଲି ଭାଷଣ ପୋଷ୍ଟ କରି ପୁଣି ଥରେ ଅପଦସ୍ଥ ହେଲା ପାକିସ୍ତାନ

Advertisment
ଅଫିସିଆଲ୍ ୱେବସାଇଟରେ ନକଲି ଭାଷଣ ପୋଷ୍ଟ କରି ପୁଣି ଥରେ ଅପଦସ୍ଥ ହେଲା ପାକିସ୍ତାନ

zeenews.india.com

ସ୍‌ଲାମ୍‌ବାଦ୍‌: ପୁଣି ଏକ ଭୁଲ୍‌ ପାଇଁ ଅପଦସ୍ଥ ହୋଇଛି ପାକିସ୍ତାନ। ଜାଣିବାକୁ ମିଳିଛି ଯେ‌  ପାକିସ୍ତାନ ତା’ର ଅଫିସିଆଲ ୱେବସାଇଟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ତାର ପ୍ରତିନିଧି ଦେଇଥିବା ଏକ ମିଥ୍ୟା ଭାଷଣ ପୋଷ୍ଟ କରିଛି। ଖବର ଅନୁଯାୟୀ, ପାକିସ୍ତାନ ୟୁଏନଏସସିରେ କୌଣସି ଭାଷଣ ଦେଇ ନ ଥିବା ବେଳେ  ଏକ ନକଲି ଭାଷଣ  ଏହାର ଅଫିସିଆଲ ୱେବସାଇଟରେ ପୋଷ୍ଟ କରିଛି । ଆତଙ୍କବାଦ ଉପରେ ଆଧାରିତ ଅଧିବେଶନରେ ପାକିସ୍ତାନର ରାଷ୍ଟ୍ରଦୂତ କୌଣସି ବକ୍ତବ୍ୟ ରଖି ନ ଥିଲେ ହେଁ ପାକିସ୍ତାନ ମଧ୍ୟ ଆତଙ୍କବାଦର ଶିକାର ବୋଲି ମତ ରଖିଥିବା ଦର୍ଶାଯାଇଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ସୋମବାର ଅନଲାଇନରେ ଆୟୋଜିତ ହୋଇଥିବା ଏକ ଭର୍ଚୁଆଲ୍ ବୈଠକ ପାଇଁ ପାକିସ୍ତାନ ଆଲୋଚନା ତାଲିକାରେ ନ ଥିଲା। କେବଳ ସେତିକି ନୁହେଁ, ପାକିସ୍ତାନର ସ୍ଥାୟୀ ପ୍ରତିନିଧୀ ମୁନିର ଆକ୍ରାମ ମଧ୍ୟ ବୈଠକର ଭିଡିଓରେ ଦେଖିବାକୁ ମିଳି ନ ଥିଲେ।

publive-image zeenews.india.com

ଜାତିସଂଘରେ ଭାରତ ବିରୋଧୀ ଅଭିଯାନ ପାଇଁ ସମର୍ଥନ ସଂଗ୍ରହ କରିବାରେ ଅସମର୍ଥ ହୋଇଥିବା ଇସଲାମାବାଦ ସୁରକ୍ଷା ପରିଷଦରେ ଏକ ମିଥ୍ୟା ବୟାନ ରଖିଥିବା ନେଇ ପୋଷ୍ଟ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ପାକିସ୍ତାନ ୟୁଏନଏସସିର ସ୍ଥାୟୀ ସଦସ୍ୟ ନୁହେଁ ଏବଂ ତେଣୁ ସେ ବିବୃତି ଦେଇପାରିବ ନାହିଁ।

ଏକ ଟୁଇଟ୍‌ରେ ମିଳିତ ଜାତିସଂଘକୁ ପାକିସ୍ତାନୀ ପ୍ରତିନିଧି କହିଥିବାର ଦେଖିବାକୁ ମିଳିଛି କି ଆତଙ୍କବାଦୀ କାର୍ଯ୍ୟକଳାପ ଆନ୍ତର୍ଜାତୀୟ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ରହିଛି। ଏପରିକି  ବୈଠକର ଏକ ଫଟୋ ଦେଖିବାକୁ ମିଳିଥିଲା। ସେଥିରେ ମଧ୍ୟ ପାକିସ୍ତାନର ରା‌ଷ୍ଟ୍ରଦୂତଙ୍କୁ ଦେଖିବାକୁ ମିଳି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe