ପାକିସ୍ତାନ ବିସ୍ଫୋରଣରେ ୪ ପୁଲିସ୍‌ ନିହତ

Advertisment
ପାକିସ୍ତାନ ବିସ୍ଫୋରଣରେ ୪ ପୁଲିସ୍‌ ନିହତ

କରାଚୀ: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନ ପ୍ରଦେଶର ‌େକ୍ବଟା ସହରର ଏକ ମସ୍‌ଜିଦ ନିକଟରେ ଥିବା ବଜାରରେ ବିସ୍ଫୋରଣ ଘଟି ୪ ପୁଲିସ ନିହତ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି। ସୋମବାର ଲୋକେ ପ୍ରାର୍ଥନା ପାଇଁ ସମ୍ମିଳିତ ହୋଇଥିବା ବେଳେ ଉକ୍ତ ମସ୍‌ଜିଦ ନିକଟରେ ଏହି ବିସ୍ଫୋରଣ ହୋଇଥିଲା। ବୋମାଟି ଗୋଟିଏ ମଟର ସାଇକଲରେ ରଖାଯାଇଥିଲା ବୋଲି ଡିଆଇଜି ଅବ୍‌ଦୁଲ ରଜାକ୍‌ ଚିମା ସୂଚନା ଦେଇଛନ୍ତି। ନିରାପତ୍ତା ବାହିନୀ ଉକ୍ତ ଅଂଚଳକୁ ଘେରିଯାଇ ଯାଞ୍ଚ ଜାରି ରଖିଛନ୍ତି। ଦୁଇ ଦିନ ତଳେ ପାକିସ୍ତାନର ଗ୍ବଦାର ସହରର ଏକ ପଞ୍ଚତାରକା ହୋଟେଲରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫ ଜଣ ନିହତ ହୋଇଥିବା ବେଳେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe