www.timesnownews.com
ଇସ୍ଲାମବାଦ: ପାକିସ୍ତାନର ଶିଖ୍ ଯୁବତୀଙ୍କୁ ଅପହରଣ କରି ବିବାହ କରିଥିବା ମୁସ୍ଲମାନ ଯୁବକଙ୍କ ସଂପର୍କରେ ଏବେ ଆଉ ଏକ ଚାଞ୍ଚଲ୍ୟକର କଥା ଜାଣିବାକୁ ମିଳିଛି। ଏହି ଯୁବକ ଜଣଙ୍କର ହାଫିଜ୍ ସଇଦ୍ ସହ ସଂଯୋଗ ରହିଛି ବୋଲି ସୂଚନା ରହିଛି। ପାକିସ୍ତାନର କିଛି ସ୍ଥାନୀୟ ଲୋକ ଏପରି ଅଭିଯୋଗ ଆଣିଛନ୍ତି। ସୂଚନା ରହିଛି ଯେ ଯୁବକ ଜଣକ ଏକ ଆତଙ୍କବାଦୀ ସଂଗଠନ ସହ ସଂପର୍କରେ ଥିବା କାରଣରୁ ସ୍ଥାନୀୟମାନେ ତାଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ପଛଘୁଞ୍ଚା ଦେଉଛନ୍ତି।
ଉଲ୍ଲେଖଯୋଗ୍ୟ, କିଛି ଦିନ ତଳୁ ନିଖୋଜ ଥିବା ପାକିସ୍ତାନର ଶିଖ୍ ଯୁବତୀଙ୍କୁ ଅପହରଣ କରାଯାଇ ଲହୋରଠାରେ ଧର୍ମ ପରିବର୍ତ୍ତନ କରାଇବା ସହ ଜଣେ ମୁସ୍ଲମାନ ଯୁବକଙ୍କ ସହ ବଳପୂର୍ବକ ବିବାହ କରାଯାଇଛି ବୋଲି ଅଭିଯୋଗ ହୋଇଛି। ପୀଡ଼ିତା ଜଗ୍ଜିତ୍ କୌର୍ଙ୍କୁ ବଳପୂର୍ବକୁ ଧର୍ମ ପରିବର୍ତ୍ତନ କରି ତାଙ୍କ ନାମ ଆୟେଶା ରଖିବାକୁ ବାଧ୍ୟ କରାଯାଉଥିବା ବେଳର ଏକ ଭିଡିଓ ଇଣ୍ଟର୍ନେଟ୍ରେ ବୁଲିବା ପରେ ଏ ସଂପର୍କରେ ଜାଣିବାକୁ ମିଳିଛି।
ପୀଡ଼ିତା ଯୁବତୀଙ୍କୁ ୧୭ ଦିନ ତଳେ ଅପହରଣ କରାଯାଇଥିଲା। ସେ ଗୁରୁଦ୍ୱାରର ଜଣେ ପଣ୍ଡିତ୍ଙ୍କ ଝିଅ। ଆଞ୍ଚଳିକ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ତାଙ୍କୁ ଅପହର କରି ନେଇ ସ୍ଥାନୀୟ ମୁସ୍ଲମାନମାନେ ଧର୍ମାନ୍ତରୀକରଣ ପାଇଁ ବାଧ୍ୟ କରିଛନ୍ତି। ଏହି ଘଟଣାରେ ହସ୍ତକ୍ଷେପ କରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ପୀଡ଼ତାଙ୍କ ପରିବାର ଲୋକ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କ ନିକଟରେ ଆବେଦନ କରିଛନ୍ତି।
Follow Us