ଆଣବିକ ଅସ୍ତ୍ର ଗଚ୍ଛିତ ରଖିବାକୁ ଦିଲ୍ଲୀଠାରୁ ମାତ୍ର ୭୫୦ କି. ମି. ଦୂରରେ ସୁଡ଼ଙ୍ଗ ଖୋଳୁଛି ପାକିସ୍ତାନ

Advertisment
ଆଣବିକ ଅସ୍ତ୍ର ଗଚ୍ଛିତ ରଖିବାକୁ ଦିଲ୍ଲୀଠାରୁ ମାତ୍ର ୭୫୦ କି. ମି. ଦୂରରେ ସୁଡ଼ଙ୍ଗ ଖୋଳୁଛି ପାକିସ୍ତାନ

Image Courtesy of Zee News

ନୂଆଦିଲ୍ଲୀ: ପାକିସ୍ତାନ ୧୪୦ଟି ଆଣବିକ ଅସ୍ତ୍ର ନିର୍ମାଣ କରିଛି ବୋଲି କୁହାଯାଉଛି ଏବଂ ସେଗୁଡ଼ିକୁ ଗଚ୍ଛିତ ରଖିବାକୁ ଏବେ ଭୂତଳ ସୁଡ଼ଙ୍ଗ ନିର୍ମାଣ କରୁଛି ବୋଲି ଖବର ମିଳିଛି।

ସୁଡ଼ଙ୍ଗ ନିର୍ମାଣର ସ୍ଥାନ ଅମୃତସର ଠାରୁ ୩୫୦ କିଲୋମିଟର୍‌ ଦୂର ଏବଂ ନୂଆ ଦିଲ୍ଲୀ ଠାରୁ ୭୫୦ କିଲୋମିଟର ଦୂର ମିଅାଁଓ୍ଵାଲି ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି।

ସେଠାରେ ୧୦ ମିଟର୍‌ ଉଚ୍ଚ ଏବଂ ୧୦ ମିଟର୍‌ ଓସାର ବିଶିଷ୍ଟ ତିନୋଟି ଅଭ୍ୟନ୍ତରୀଣ ସଂଯୋଗ ଥିବା ସୁଡ଼ଙ୍ଗ ତିଆର କରାଯାଉଛି।

ଏହି ସୁଡ଼ଙ୍ଗ ସବୁ ଓସାରିଆ ରାସ୍ତ ସହ ସଂଯୁକ୍ତ କରାଯାଇଛି। କ୍ଷେପଣାସ୍ତ୍ର ପରିବହନ କରିବାକୁ ଏହାର କୋଣଗୁଡ଼ିକୁ ମଧ୍ୟ ପ୍ରଶସ୍ତ କରାଯାଇଛି।
ପ୍ରତି ସୁଡ଼ଙ୍ଗର ରହିଛି ଭିନ୍ନ ଭିନ୍ନ ପ୍ରବେଶ ପଥ ଏବଂ ପ୍ରସ୍ଥାନ ପଥ ରହିଛି।

ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ ପ୍ରତି ସୁଡ଼ଙ୍ଗରେ ଯେ କୌଣସି ପ୍ରକାରର ୧୨ରୁ ୨୪ଟି ଆଣବିକ ଅସ୍ତ୍ର ରହି ପାରିବ।

ସୁଡ଼ଙ୍ଗର କୌଣସି ପ୍ରକାରେ କ୍ଷତି ନ ହେବାକୁ ସମଗ୍ର ଅଞ୍ଚଳ ଚଉହଦି ମଜଭୁତ ବାଡ଼ ଏବଂ ବାରିକେଡ୍‌ ବସା ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe