Image Courtesy of Times Now
ଇସ୍ଲାମାବାଦ: ଫୈସଲାବାଦ ଅନ୍ତର୍ଗତ ଜରାନ୍ୱାଲା ଜିଲ୍ଲାରେ ବୁଧବାର ଦିନ ଏକାଧିକ ଗୀର୍ଜା ଓ ଗୀର୍ଜା ଚତୁଃପାର୍ଶ୍ବ ଅଞ୍ଚଳରେ ଥିବା କେତେକ କୋଠାବାଡ଼ି ଭଙ୍ଗାରୁଜା ଘଟଣାରୁ ପାକିସ୍ତାନରେ ଦଙ୍ଗା ଓ ଗଣ୍ଡଗୋଳ ହୋଇଥିବା କଥା ‘ଜିଓ ନିଉଜ୍’ ରିପୋର୍ଟ କରିଛି।
ଏହି ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଳେଖ ଅଛି ଯେ, ଏହି ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗରେ ୧୦୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି।
ଜାରି କରିଥିବା ବିବୃତିରେ ପଞ୍ଜାବ ପ୍ରଦେଶର ସରକାରୀ ମୁଖପାତ୍ର କହିଛନ୍ତି ଯେ, ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପ୍ରଦେଶିକ ସରକାର ମଧ୍ୟ ଆଦେଶ ଦେଇଛନ୍ତି।
Image Courtesy of The News Internationalଏହା ପୂର୍ବରୁ ପଞ୍ଜାବର କାମଚଳା ସୂଚନା ମନ୍ତ୍ରୀ ଅମିର ମିର୍ କହିଥିଲେ ଯେ, ଏ ଅଞ୍ଚଳରେ ଶାନ୍ତି ନଷ୍ଟ କରିଥିବା ଡଜନାଧିକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଜରାନ୍ୱାଲାରେ ଘଟିଥିବା ହିଂସାକାଣ୍ଡ ସୁପରିକଳ୍ପିତ ଷଡ଼ଯନ୍ତ୍ର ଅଟେ। ଜନସାଧାରଣଙ୍କ ଭାବାବେଗକୁ ଉସୁକାଇ ଶାନ୍ତି ନଷ୍ଟ କରିବା ଲାଗି ଯୋଜନା କରାଯାଇଥିଲା। ‘ପବିତ୍ର କୋରାନ୍’କୁ ଅସମ୍ମାନ କରାଯିବା ଘଟଣାକୁ ନେଇ ପ୍ରତିବାଦ ତୀବ୍ରତର ହେବାରୁ ଏଭଳି ଘଟଣା ଘଟିଛି।
ସେପଟେ, ଗୀର୍ଜା ଭଙ୍ଗାରୁଜା ଘଟଣାରେ ଉଦ୍ବେଗ ପ୍ରକାଶ କରି ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ କହିଛି ଯେ, ଇସ୍ଲାମ୍ ଧର୍ମକୁ ନିନ୍ଦା କରାଯାଇଛି ବୋଲି ଗୁଜବ ପ୍ରସାରିତ ହେବା ପରେ ଉତ୍ତ୍ୟକ୍ତ ଜନତା ଗୀର୍ଜା ଓ ଖ୍ରୀଷ୍ଟିଆନ୍ମାନଙ୍କ ଘର ଉପରେ ଆକ୍ରମଣ କରିଛନ୍ତି। ଆମେ ଜନସାଧାରଣଙ୍କ ଶାନ୍ତିପୂର୍ଣ୍ଣ ଅଭିବ୍ୟକ୍ତି ପରିପ୍ରକାଶ ଓ ଧାର୍ମିକ ସ୍ବାଧୀନତା ଅଧିକାରକୁ ସମର୍ଥନ କରୁ। ଏହା ଧାର୍ମିକ ଆକ୍ରୋଶଜନିତ ହିଂସାକାଣ୍ଡ ବୋଲି ଆମେ ପୂର୍ବରୁ ମଧ୍ୟ କହିଛୁ। ତେଣୁ, ସେହି ଆଧାରରେ ଘଟଣାର ତଦନ୍ତ କରାଯିବା ଆବଶ୍ୟକ।
Follow Us