ସେନା ଦ୍ୱାରା ହୋଇଥିବା ଆକ୍ରମଣକୁ ସ୍ୱୀକାର କଲା ପାକିସ୍ତାନ, ପାଲଟା ଜବାବରେ ୯ ଭାରତୀୟ ଯବାନ ନିହତ ହୋଇଥିବା ଦାବି କଲା ପାକ୍‌

Advertisment
ସେନା ଦ୍ୱାରା ହୋଇଥିବା ଆକ୍ରମଣକୁ ସ୍ୱୀକାର କଲା ପାକିସ୍ତାନ, ପାଲଟା ଜବାବରେ ୯ ଭାରତୀୟ ଯବାନ ନିହତ ହୋଇଥିବା ଦାବି କଲା ପାକ୍‌

https://zeenews.india.com

ଇସ୍‌ଲାମବାଦ୍‌: ଭାରତୀୟ ସେନା ପକ୍ଷରୁ ରବିବାର ତଙ୍ଗଧର ସେକ୍ଟରର ବିପରୀତ ପାର୍ଶ୍ୱରେ ଅବସ୍ଥିତ ପାକିସ୍ତାନ ଅଧିକୃତ କଶ୍ମୀରରେ ଆକ୍ରମଣ ହୋଇଥିବା କଥାକୁ ସ୍ୱୀକାର କରିଛି ପାକିସ୍ତାନ। ଏହି ଆକ୍ରମଣରେ ଜଣେ ଯବାନ ସହ ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ପାକିସ୍ତାନ ପକ୍ଷରୁ ଜାଣିବାକୁ ମିଳିଛି।

ପାକିସ୍ତାନ ସେନାର ମୁଖ୍ୟ ପ୍ରବକ୍ତା ମେଜର ଜେନେରାଲ୍‌ ଅସିଫ୍‌ ଗଫୁର୍‌ ସିରିଜ୍‌ ଟ୍ଵିଟ୍‌ କରି କହିଛନ୍ତି, ‘ ଏହି ଆକ୍ରମଣରେ ଯବାନଙ୍କ ସମେତ ୩ ଜଣ ସାଧାରଣ ଜନତାଙ୍କର ଗୁଳିମାଡ଼ରେ ଜୀବନ ଯାଇଛି। ଭାରତ ଜାଣି ଜାଣି ଜୁରା, ଶାହାକୋଟ, ନୌସେରୀରେ ସାଧାରଣ ଜନତାଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ କରିଛି। ପାକିସ୍ତାନ ମଧ୍ୟ ଉଚିତ ଭାବେ ଜବାବ ଦେଇଛି। ପାକିସ୍ତାନର ପାଲଟା ଯବାବରେ ୯ ଭାରତୀୟ ଯବାନ ନିହତ ହୋଇଥିବା ବେଳେ ୨ଟି ବଙ୍କର୍‌ ଧ୍ୱଂସ ପାଇଛି।’ ସାଧାରଣ ନାଗରିକମାନଙ୍କୁ ଟାର୍ଗେଟ କରି ଭାରତୀୟମାନେ ସେମାନଙ୍କର ମିଛ ଦାବିକୁ ସତ କରିବାକୁ ଏକ ପ୍ରୟାସ କରିଛନ୍ତି ବୋଲି ଗଫୁର୍‌ କହିଛନ୍ତି।

publive-image India Today

ଉଲ୍ଲେଖଯୋଗ୍ୟ, ଭାରତୀୟ ସେନା ପକ୍ଷରୁ ରବିବାର ହୋଇଥିବା ଏହି ଆକ୍ରମଣରେ ପାକିସ୍ତାନର ବହୁ କ୍ଷୟକ୍ଷତି ହୋଇଛି। ଭାରତୀୟ ସୀମା ଭିତରକୁ ଆତଙ୍କବାଦୀମାନଙ୍କୁ ପ୍ରେରଣ କରିବାକୁ ପାକିସ୍ତାନ ଦେଉଥିବା ସହାୟତାର ଏହା ଏକ ପ୍ରତିଶୋଧମୂଳକ ପଦକ୍ଷେପ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe