ଭାରତ ବିରୋଧରେ ବଡ ଷଡଯନ୍ତ୍ର କରୁଛି ପାକିସ୍ତାନ, ସୀମାକୁ ଲାଗିଥିବା ଗାଁକୁ ଖାଲି କରି ଠୁଳ କରୁଛି ସୈନିକ

ଭାରତ ବିରୋଧରେ ବଡ ଷଡଯନ୍ତ୍ର କରୁଛି ପାକିସ୍ତାନ, ସୀମାକୁ ଲାଗିଥିବା ଗାଁକୁ ଖାଲି କରି ଠୁଳ କରୁଛି ସୈନିକ

Image Courtesy of Hindustan Times

ନୂଆଦିଲ୍ଲୀ: ପାକିସ୍ତାନ ପୁଣିଥରେ ଭାରତ ବିରୋଧରେ କିଛି ବଡ ଷଡଯନ୍ତ୍ର ରଚିଛି। ପାକିସ୍ତାନ ପୁଞ୍ଚ ଜିଲ୍ଲା ସୀମା ଏହାର ଅଂଚଳରେ ବହୁ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ଅତିରିକ୍ତ ସୈନିକଙ୍କ ଠୁଳ କରୁଛି । ସେଠାରେ ଥିବା ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବାବେଳେ ସୀମା ଆରପାର୍ଶ୍ୱରେ ପାକିସ୍ତାନୀ ସୈନିକଙ୍କ ଏହି କାର୍ଯ୍ୟକଳାପ ଦେଖି ଭାରତୀୟ ସୀମାର ସୁରକ୍ଷା କ୍ଷେତ୍ରରେ ନିୟୋଜିତ ଯବାନମାନେ ଅଧିକ ସତର୍କ ହୋଇପଡିଛନ୍ତି । ଲାଇନ୍ ଅଫ୍ କଣ୍ଟ୍ରୋଲର ନିରାପତ୍ତାରେ ନିୟୋଜିତ ଯବାନମାନଙ୍କୁ ଦିନରାତି ସଜାଗ ରହିବାକୁ ନିର୍ଦ୍ଦେଶ ଦେଇ ଆକ୍ରମଣ କଲେ ପ୍ରତିଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ କିଛି ଦିନ ଧରି ପାକିସ୍ତାନର ଟୋଲି ପିରରେ ପାକିସ୍ତାନୀ ସୈନିକମାନଙ୍କ ସଂଖ୍ୟା ବଢ଼ିଥିବାବେଳେ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିପଡିଛନ୍ତି | ପାକିସ୍ତାନୀ ସେନା ପକ୍ଷରୁ ଗ୍ରାମବାସୀଙ୍କୁ ତହସିଲ ବାଗକୁ ପଠାଯାଇଥିବାବେଳେ ଏହି ଅଂଚଳକୁ ନିଜ କବଜାକୁ ନିଆଯାଇଛି |

ସୂଚନାନୁସାରେ, କିଛି ଦିନ ତଳେ ପାକିସ୍ତାନୀ ସେନା ପକ୍ଷରୁ ଗ୍ରାମବାସୀଙ୍କୁ କୁହାଯାଇଥିଲା ଯେ ଏହାର କିଛି ବନ୍ଧୁତ୍ୱପୂର୍ଣ୍ଣ ଦେଶ ମଧ୍ୟରେ ମିଳିତ ସମରାଭ୍ୟାସ କରାଯିବ | କିନ୍ତୁ କିଛି ଦିନ ପରେ ଏହି ଅଂଚଳକୁ ସେନା ଛାଉଣୀ କରାଯାଇଥିଲା | ଏହି ଅଞ୍ଚଳକୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା ଓ ଯେଉଁମାନେ ସେଠାରୁ ଯାଇନଥିଲେ ସେମାନଙ୍କୁ ଜବରଦସ୍ତ ତହସିଲ ବାଗକୁ ପଠାଯାଇଥିଲା | ଆଉ ସୀମାରେ ବଢୁଥିବା ଏଭଳି ସ୍ଥିତିକୁ ଦେଖି ଭାରତୀୟ ସେନା ଆଲର୍ଟରେ ଅଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe