ଜାମ୍ମୁକାଶ୍ମୀରରେ ଟେଲିଯୋଗାଯୋଗ ନ୍ୟୂନ କରିବାକୁ ପାକ୍‌ ଷଡ଼୍‌ଯନ୍ତ୍ର

Advertisment
ଚୀନ୍‌କୁ ଆଉ ଏକ ଶକ୍ତ ଝଟ୍‌କା, ସହଜରେ ବିକିପାରିବନି ୫ଜି ଉପକରଣ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସରକାର ନିଜର ଟେଲିଯୋଗାଯୋଗ ପରିସରକୁ ଭାରତର ଜାମ୍ମୁ କାଶ୍ମୀର ଯାଏ ସମ୍ପ୍ରସାରଣ କରିବାକୁ ଏକ ଗୋପନ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହା ଦ୍ବାରା ପାକ୍‌ପ୍ରଶିକ୍ଷିତ ଆତଙ୍କବାଦୀଙ୍କୁ ଜାମ୍ମୁକାଶ୍ମୀରରେ ପ୍ରବେଶ କରିବା ପାଇଁ ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ନିର୍ଦ୍ଦେଶ ମିଳିପାରିବା ସହ ଭବିଷ୍ୟତରେ ଭାରତ ସରକାର ସେଠାରେ କେବେ ଟେଲିସେବାକୁ ବ୍ୟାହତ କରିବାକୁ ଚାହିଲେ ମଧ୍ୟ କାଶ୍ମୀର ଉପତ୍ୟକାରେ ତାହା ସକ୍ରିୟ ରହିପାରିବ। ଯୋଜନା ଅନୁଯାୟୀ ବର୍ଷେ ହେଲା କାଶ୍ମୀର ସଂଲଗ୍ନ ପାକ୍‌ ସୀମାରେ ପାକିସ୍ତାନ ପୁରୁଣା ଟେଲିଫୋନ୍‌ ଟାଵାରଗୁଡ଼ିକର ଉନ୍ନତୀକରଣ କରିବା ସହ ନୂଆ ନୂଆ ଶକ୍ତିଶାଳୀ ଟାଵାର ମଧ୍ୟ ନିର୍ମାଣ ଚଳାଇଛି। ତେବେ ପ୍ରଥମେ ପ୍ରଥମେ ସେଗୁଡ଼ିକ ପାକ୍‌ ଅନୁପ୍ରବେଶକାରୀଙ୍କୁ ଭାରତରେ ବିଚରଣ ବେଳେ ଯୋଗାଯୋଗରେ ସହାୟତା ପ୍ରଦାନ କରିବ ବୋଲି ଅନୁମାନ କରାଯାଉଥିଲା। ମାତ୍ର ପାକିସ୍ତାନର ଆଉ ଏକ ଅସଲ ଉଦ୍ଦେଶ୍ୟ ସାମନାକୁ ଆସିଛି। ଗତବର୍ଷ ଅଗଷ୍ଟ ୫ରେ ଜାମ୍ମୁକାଶ୍ମୀର ଉପରୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହଟିଯିବା ସମୟରେ କୌଣସି ଗୁଜବ ବା ହିଂସାତ୍ମକ କାର୍ଯ୍ୟକଳାପର ପ୍ରସାରଣକୁ ରୋକିବା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେଠାରେ ଟେଲିଯୋଗାଯୋଗକୁ ବିଚ୍ଛିନ୍ନ କରିଦିଆଯାଇଥିଲା। ମାତ୍ର ପାକିସ୍ତାନର ଏହି ଗୋପନ ଯୋଜନାନୁଯାୟୀ, ଏଣିକି କାଶ୍ମୀରବାସୀ ଆଉ ଭାରତ ସରକାରଙ୍କ ଟେଲିସଂଯୋଗ ପ୍ରତିବନ୍ଧକର ଶିକାର ନହୋଇ ପାକିସ୍ତାନର ନେଟଵର୍କ ମାଧ୍ୟମରେ ଅବିରତ ଟେଲିସେବା ପାଇପାରିବେ। ପାକିସ୍ତାନର ଏହି ଯୋଜନା ଫଳବତୀ ହେଲେ ସୁରକ୍ଷା ସ୍ଥିତି ଜଟିଳ ହେବ ବୋଲି ଆଶଙ୍କା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe