ଅଉସା (ମହାରାଷ୍ଟ୍ର): ପାକିସ୍ତାନର ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସକୁ ଦାୟୀ କରିଛନ୍ତି। ଲାଟୁରର ଅଉସାରେ ଅନୁଷ୍ଠିତ ରୢାଲିରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଯଦି କଂଗ୍ରେସ ନେତାମାନେ ବିଜ୍ଞତାର ସହ କାର୍ଯ୍ୟ କରିଥାନ୍ତେ ତା’ହେଲେ ପାକିସ୍ତାନ ଜନ୍ମ ନେଇପାରି ନଥାନ୍ତା। କଂଗ୍ରେସର ଅଦୂରଦର୍ଶୀ ନୀତି ଯୋଗୁଁ ପାକିସ୍ତାନ ଗଠନ ହେଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। କଂଗ୍ରେସ ଦଳ ଏବେ ବି ପାକିସ୍ତାନ ପ୍ରତି ଦରଦ ଦେଖାଉଛି ଏବଂ କଂଗ୍ରେସର ଇସ୍ତହାର ପାକିସ୍ତାନର ଭାଷା କହୁଛି। ଯୁବ ଭୋଟର୍ମାନେ ଏଥିପ୍ରତି ସଚେତନ ରହିବା ଉଚିତ । ଯେଉଁ ଦଳ ଜମ୍ମୁ କଶ୍ମୀରରେ ପୃଥକ ପ୍ରଧାନମନ୍ତ୍ରୀ ବ୍ୟବସ୍ଥା ଦାବିକୁ ସମର୍ଥନ କରୁଛି ସେଭଳି ଦଳରୁ ଦେଶର ଜନତା ପ୍ରତ୍ୟାଖ୍ୟାନ କରିବା ଉଚିତ ବୋଲି ମୋଦୀ କହିଛନ୍ତି।
ପାକିସ୍ତାନ ଗଠନ ପାଇଁ କଂଗ୍ରେସ ଦାୟୀ: ମୋଦୀ
Advertisment
Follow Us