Pakistan Cricket Team Photograph: (google)
କଲମ୍ବୋ: ନାମିବ୍ୟାକୁ ସହଜରେ ହରାଇ ପାକିସ୍ତାନ ସୁପର-୮ରେ ପ୍ରବେଶ କରିଛି। ହେଲେ ଏହି ମ୍ୟାଚ୍ ବେଳେ ଦଳର ଅଧିନାୟକ ସଲମାନ ଆଗା ଓ ମୁଖ୍ୟ ପ୍ରଶିକ୍ଷକ ମାଇକ୍ ହେସନଙ୍କ ମଧ୍ୟରେ ହୋଇଥିବା ଯୁକ୍ତିତର୍କ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ପାକିସ୍ତାନ ପାଳିର ତ୍ରୟୋଦଶ ଓଭରରେ ଘଟିଥିଲା। ଆଗା ଭଲ ବ୍ୟାଟିଂ କରୁଥିଲା ବେଳେ ଏହି ଓଭରର ପ୍ରଥମ ବଲ୍ରେ ଅଚାନକ ଏକାଗ୍ରତା ହରାଇ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଡଗ୍ଆଉଟ୍କୁ ଆସିଲା ପରେ ହେସନ୍ ତାଙ୍କୁ ଏହି ବିଷୟରେ ପଚାରିଥିଲେ। ଏହା ପରେ ଆଗା ହଠାତ୍ ରାଗି ଯାଇ ତାଙ୍କ ସହ ଯୁକ୍ତିତର୍କ କରିଥିଲେ। ଏପରିକି ରାଗରେ ଏକ ପାଣି ବୋତଲକୁ ତଳେ କଚାଡ଼ି ଦେଇଥିଲେ। ଆଗାଙ୍କ ପାଖରେ ବସିଥିବା ବାବର ଆଜମ ଏଭଳି ଦୃଶ୍ୟକୁ ହଜମ କରି ପାରି ନଥିଲେ। ଡରି ମରି ସେ ନିଜ ସ୍ଥାନରୁ ଉଠି ଅନ୍ୟତ୍ର ଚାଲି ଯାଇଥିଲେ। ପରେ ଉଭୟ ସାମାନ୍ୟ ଭାବେ କଥାବାର୍ତ୍ତା ହେବା ଆରମ୍ଭ କରିଥିଲେ। ସେତେବେଳକୁ କିନ୍ତୁ ଯୁକ୍ତିତର୍କର ଭିଡିଓ ବାହାରକୁ ଯାଇ ଭାଇରାଲ୍ ହୋଇଥିଲା।
Follow Us