ପାକିସ୍ତାନ ସଙ୍କଟ ଜଟିଳ: ସମସ୍ତଙ୍କ ନଜର ସେନା ଉପରେ

Advertisment

ସମ୍ବିଧାନକୁ ଦଳିମକଚି ଦେଇଛନ୍ତି ଇମ୍ରାନ୍‌: ନୱାଜ ସରିଫ୍‌

ସମ୍ବିଧାନକୁ ଦଳିମକଚି ଦେଇଛନ୍ତି ଇମ୍ରାନ୍‌: ନୱାଜ ସରିଫ୍‌

ପାକିସ୍ତାନ ସଙ୍କଟ ଜଟିଳ: ସମସ୍ତଙ୍କ ନଜର ସେନା ଉପରେ

ଇସଲାମାବାଦ: ପାକିସ୍ତାନରେ ବର୍ତ୍ତମାନ ଯେଉଁ ରାଜନୈତିକ ସ୍ଥିତି ସୃଷ୍ଟି ହୋଇଛି ସେଥିରେ ସେନାର ମଧ୍ୟ ଭୂମିକା ରହିଛି ଏବଂ ବିଭିନ୍ନ କାରଣରୁ ସେନା ଦେଶରେ ଆଗୁଆ ନିର୍ବାଚନ ଚାହୁଥିବା ଖବର ଚର୍ଚ୍ଚାରେ ରହିଛି । ପାକିସ୍ତାନ ସଂସଦ ଦ୍ବାରା ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦିଆଯିବା ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପରାମର୍ଶକ୍ରମେ ଜାତୀୟ ଆସେମ୍ବ୍ଲିକୁ ରାଷ୍ଟ୍ରପତି ଆରିଫ ଆଲଭି ଭଙ୍ଗ କରିଦେଇଛନ୍ତି। ଏହାପରେ ସେନା ପ୍ରବକ୍ତା ବାବର ଇଫତିକର କହିଛନ୍ତି ପାକିସ୍ତାନରେ ବର୍ତ୍ତମାନ ଦେଖାଦେଇଥିବା ରାଜନୈତିକ ହଟଚମଟରେ ସେନା କୌଣସି ଭାବେ ସଂଶ୍ଳିଷ୍ଟ ନାହିଁ। ସେହିଭଳି ଏହି ମାମଲାରେ ସେନାର ମଧ୍ୟ କିଛି କରିବାର ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ବିରୋଧୀ ଦଳ ଗୁଡ଼ିକ ଆଗତ କରିବା ଅନାସ୍ଥା ପ୍ରସ୍ତାବକୁ ଧାରା ୫ ଅଧୀନରେ ଉପବାଚସ୍ପତି କ୍ବାସିମ ସୁରି ଆଜି ଅସାମ୍ବିଧାନିକ ଘୋଷଣା କରିଛନ୍ତି। ଉପବାଚସ୍ପତିଙ୍କ ଏହି ନିଷ୍ପତ୍ତି ପରେ ଇମ୍ରାନଙ୍କୁ ନିମ୍ନ ସଦନକୁ ଭାଙ୍ଗିବା ଲାଗି ରାଷ୍ଟ୍ରପତିଙ୍କୁ ସୁପାରିସ କରିବା ନିମନ୍ତେ ଏକ ସୁଯୋଗ ମିଳିଥିଲା। ଚଳିତ ମାସ ୮ ତାରିଖରେ ବିରୋଧୀଦଳ ଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ହଟାଇବା ପାଇଁ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ତେବେ ଏହା ପଛରେ ବିଦେଶୀ ରାଷ୍ଟ୍ରର ଷଡ଼୍‌ଯନ୍ତ୍ର ରହିଥିବା ବିଷୟ ଇମ୍ରାନ ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ କହିବାନୁଯାୟୀ, ସେନାମୁଖ୍ୟ ଗତ ସପ୍ତାହରେ ତାଙ୍କୁ ଭେଟିଥିଲେ ଏବଂ ରାଜନୈତିକ ଅଚଳାବସ୍ଥାକୁ ଦୂର କରିବା ପାଇଁ ୩ଟି ବିକଳ୍ପ ପ୍ରସ୍ତାବ ଦେଇଥିଲେ। ସେହି ପ୍ରସ୍ତାବଗୁଡ଼ିକ ହେଲା ଇସ୍ତଫା ଦେବା, ଅନାସ୍ଥା ଭୋଟକୁ ସାମ୍ନା କରିବା ଏବଂ ଆଗୁଆ ନିର୍ବାଚନ କରାଇବା। ପାକିସ୍ତାନର ଏହି ଘଟଣାକ୍ରମ ନେଇ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ୍‌ କହିଛନ୍ତି ଯେ ଇମ୍ରାନ୍‌ ଖାନ୍‌ ସମ୍ବିଧାନକୁ ଦଳିମକଚି ଦେଇଛନ୍ତି ଏବଂ ତୁରନ୍ତ ତାଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe