ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିମାନ ଉଡ଼ାଣ ପାଇଁ ଅନୁମତି ଦେଲା ପାକିସ୍ତାନ, ପାକ୍ ଉପର ଦେଇ ଯିବ ପ୍ରଧାନମନ୍ତ୍ରୀଙ୍କ ବିମାନ

Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିମାନ ଉଡ଼ାଣ ପାଇଁ ଅନୁମତି ଦେଲା ପାକିସ୍ତାନ, ପାକ୍ ଉପର ଦେଇ ଯିବ ପ୍ରଧାନମନ୍ତ୍ରୀଙ୍କ ବିମାନ

photo- the hindu

ପାକିସ୍ତାନ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିମାନ ଉଡ଼ାଣ  ପାଇଁ ଅନୁମତି ଦେଇଛନ୍ତି  ।  ଆସନ୍ତା ୧୩ ତାରିଖରେ ପାକିସ୍ତାନ ଆକାଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିମାନ ଉଡ଼ାଣ ଅନୁମତି ମାଗିଥିଲା ଭାରତ । ଭାରତୀୟ ହାଇକମିଶନରଙ୍କ ପକ୍ଷରୁ ଏନେଇ ଏକ ଅନୁରୋଧ ପତ୍ର ପାକିସ୍ତାନ ସରକାରଙ୍କୁ ଦିଆଯାଇଥିଲା ।

ପ୍ରଧାନମନ୍ତ୍ରୀ ଆସନ୍ତା ସପ୍ତାହରେ ସାଂଘାଇ ସହଯୋଗ ସଂଗଠନର ବୈଠକରେ ଯୋଗଦେବାକୁ କିର୍ଗିଜସ୍ତାନ ଗସ୍ତ କରିବେ । ଏହି ସମୟରେ ପାକିସ୍ତାନ ବାୟୁସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିମାନ ଉଡିବ । ମୋଦିଙ୍କ ପାଇଁ ଆକାଶପଥ ଖୋଲିଲେ ଇମ୍ରାନ ଖାନ । ପାକିସ୍ତାନ ଆକାଶରେ ଉଡିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନ ।

ଫେବୃଆରୀ ୧୪ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ଖୁବ୍ ଖରାପ ରହିଥିଲା । ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନର ବାଲାକୋଟରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ୨୬ ଫେବୃୟାରୀରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ନିଜୟ ଏୟାରସ୍ପେସ୍ ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିଦେଇଥିଲା । ବାଲାକୋଟ୍ ଏୟାରଷ୍ଟ୍ରାକକୁ ୩ ମାସ ପୁରିଥିଲେ ହେଁ, ଏବେ ପର୍ଯ୍ୟନ୍ତ ମାତ୍ର ଦୁଇଟି ଏୟାର ସ୍ଫେଟ୍ ଖୋଲିଛି ପାକିସ୍ତାନ । ସେବେଠାରୁ ପାକିସ୍ତାନ ଏହାର ଆକାଶ ସୀମାକୁ ଭାରତ ପାଇଁ ବନ୍ଦ ରଖିଛି । ଏହି ଘଟଣାର ୩ ମାସ ପରେ ବି ପାକିସ୍ତାନ ଏୟାରସ୍ପେସ୍ ଖୋଲିନାହିଁ ।

publive-image photo- money troll

ପାକିସ୍ତାନର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ପାକିସ୍ତାନ ମୋଦିଙ୍କ ଉଡାଣ ପାଇଁ ହଁ ଭରିଛି । କିଛି ଔପଚାରିକତା ପୂରଣ ପରେ ନୂଆଦିଲ୍ଲୀକୁ ଏ ନେଇ ବିଧିବଦ୍ଧ ସୂଚନା ଦିଆଯିବ । ପାକିସ୍ତାନର ସିଭିଲ ଏଭିଏସନ ଅଥରିଟିକୁ ବି ସୂଚନା ଦିଆଯିବ । ପୂର୍ବରୁ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ବି ଏଭଳି ଅନୁମତି ଦେଇଥିଲା ପାକିସ୍ତାନ । କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ଚିଠି ଲେଖି ଦୁଇ ଦେଶ ମଧ୍ୟରେ କାଶ୍ମୀର ସମେତ ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe