Pakistan Defense Minister: ଭାରତ ସହ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ପାକ୍‌ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧମକ

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଏଥିରେ ପାକିସ୍ତାନୀ ଲିଙ୍କ୍‌କୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟ‌ରେ କଡ଼ା ଚେତାବନୀ....

Pakistan Defense Minister

Photograph: (The Hindu)

ଇସଲାମାବାଦ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଜୋରଦାର ତଦନ୍ତ ଚଳାଇଥିବା ବେଳେ ଏଥିରେ ପାକିସ୍ତାନୀ ଲିଙ୍କ୍‌କୁ ଭଲ ଭାବେ ଅନୁଧ୍ୟାନ କରାଯାଉଛି। ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନିକଟ‌ରେ କଡ଼ା ଚେତାବନୀ ଦେଇ କହିଥିଲେ ଯେ ଦୋଷୀ ପାତାଳରେ ଥିଲେ ବି ଆମେ ଖୋଜି କଠୋର ଦଣ୍ଡଦେବୁ। ଏଭଳି ପରିସ୍ଥିତିରେ ପାକିସ୍ତା‌ନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଜି ଭାରତକୁ ଯୁଦ୍ଧ ଧମକ ଦେଇ ଉତ୍ତେଜନା ବଢ଼ାଇଛନ୍ତି। ଭାରତ ସହ ପୂର୍ଣ୍ଣାଙ୍ଗ ଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ ଏବଂ ପାକିସ୍ତାନ ସେନା ସର୍ବ‌ାଧିକ ସତର୍କ ରହିଛି ବୋଲି ଆସିଫ ‌ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି।

ଭାରତ ସହ ନିର୍ଣ୍ଣାୟକ ଯୁଦ୍ଧ ହେବନାହିଁ ବୋଲି ମୁଁ କହିପାରିବି ନାହିଁ। ବର୍ତ୍ତମାନର ସୀମା ସଙ୍କଟ ଭିତରେ ଯେକୌଣସି ସମୟରେ ଆମେ ଭାରତ ଓ ଆଫଗାନିସ୍ତାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଗତକାଲି ଭାରତର ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ ‘ଅପରେସନ ସିନ୍ଦୂର’କୁ ଏକ ‘୮୮ ଘଣ୍ଟିଆ ଟ୍ରେଲର’ ବୋଲି କହିବା ସହ ପାକିସ୍ତାନକୁ ଉଚିତ ଶିକ୍ଷା ଦେବାକୁ ଆମେ ପ୍ରସ୍ତୁତ ବୋଲି କହିଥିଲେ। ଏହାର ଜବାବରେ ଆସିଫ ଆଜି ପୂର୍ଣ୍ଣାଙ୍ଗ ଯୁଦ୍ଧ ବୟାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe