ପାକିସ୍ତାନ ଅଧିକୃତ କଶ୍ମୀରର ସ୍କାଦୁର୍ ଏୟାର୍‌ବେସ୍‌ରେ ଜେ-୧୭ ଲଢୁଆ ଜେଟ୍‌ ମୁତୟନ କରି ସମରାଭ୍ୟାସ ଚଳାଇଛି ପାକିସ୍ତାନ ବାୟୁସେନା

Advertisment
ପାକିସ୍ତାନ ଅଧିକୃତ କଶ୍ମୀରର ସ୍କାଦୁର୍ ଏୟାର୍‌ବେସ୍‌ରେ ଜେ-୧୭ ଲଢୁଆ ଜେଟ୍‌ ମୁତୟନ କରି ସମରାଭ୍ୟାସ ଚଳାଇଛି ପାକିସ୍ତାନ ବାୟୁସେନା

Image Courtesy of Zee News

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀରର ସ୍କାର୍ଦୁ ଅନ୍ତର୍ଗତ କ୍ବାଦ୍ରିସ୍ଥିତ ବାୟୁସେନା ଘାଟିରେ ଜେ-୧୭ ଲଢୁଆ ଜେଟ୍ ମୁତୟନ କରି ପାକିସ୍ତାନ ସମରାଭ୍ୟାସ ଚଳାଇଛି।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଚୀନ୍‌ ନିର୍ଦେଶରେ ପାକିସ୍ତାନ ସେଠାରେ ସମରାଭ୍ୟାସ ଚଳାଇଛି। ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ପାକିସ୍ତାନର ବାୟୁସେନା ମୁଖ୍ୟ ମାର୍ସାଲ୍ ମୁଜାହିଦ୍ ଅନ୍‌ୱାର୍ ଖାଁ ଜୁଲାଇ୨୪ ଓ ୨୫ ତାରିଖରେ ଏହି ଘାଟି ପରିଦର୍ଶନରେ ଆସି କେତେକ ଗୁରୁତ୍ବପୂର୍ଣ୍ଣ ବୈଠକ କରିବା ସହ ସମରାଭ୍ୟାସ ଅନୁଧ୍ୟାନ କରିଥିଲେ।

ସ୍କାର୍ଦୁ ବାୟୁସେନା ଘାଟିରେ ପାକିସ୍ତାନର ସମରାଭ୍ୟାସ ବିଷୟରେ ଭାରତ ପୂର୍ଣ୍ଣରୂପେ ଜ୍ଞାତ ଅଛି ବୋଲି ନୂଆଦିଲ୍ଲୀରେ ସରକାରୀସୂତ୍ରରୁ ଜଣାପଡ଼ିଛି। ଭାରତୀୟ ଗୁଇନ୍ଦା ଏଜେନ୍ସି, ବାୟୁସେନା ଓ ସେନା ମଧ୍ୟ ପାକିସ୍ତାନୀ ବାୟୁସେନାର ଗତିବିଧି ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି।

ପାକିସ୍ତାନ ବାୟୁସେନାର ଫର୍‌ୱାର୍ଡ ଅପରେଟିଙ୍ଗ୍ ବେସ୍‌ ହୋଇଥିବାରୁ ଭାରତ ସୀମାନ୍ତରେ ନିଜ ସେନା ଅଭିଯାନରେ ସହାୟକ ହେବାକୁ ପାକିସ୍ତାନ ସ୍କର୍ଦୁ ଘାଟିକୁ ଉପଯୋଗ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe