ଇସ୍ଲାମାବାଦ୍: ଭାରତ ବିରୋଧରେ ଘୃଣ୍ୟ ପ୍ରଚାର କରିବାକୁ ଯାଇ ପାକିସ୍ତାନ ଆଉ ଏକ ହୀନମନ୍ୟତାର ପରିଚୟ ଦେଇଛି। କରାଚି ଠାରେ ଥିବା ପାକିସ୍ତାନ ବାୟୁସେନା ଯୁଦ୍ଧ ସଂଗ୍ରହାଳୟରେ ଭାରତୀୟ ବାୟୁସେନା ପାଇଲଟ୍ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନଙ୍କର ଏକ ମୂର୍ତ୍ତି ପ୍ରଦର୍ଶନ କରାଯାଇଛି ଯାହାକି ସେ ବନ୍ଦୀ ଥିବା ସମୟର ଦୃଶ୍ୟ ବୋଲି ପାକିସ୍ତାନ କହିଛି। ପାକିସ୍ତାନୀ ସାମ୍ବାଦିକ ଏବଂ ରାଜନୈତିକ ସମୀକ୍ଷକ ଅନୱର ଲୋଧି ମୂର୍ତ୍ତିର ଏକ ଫଟୋ ଟ୍ବିଟର୍ରେ ପୋଷ୍ଟ କରିଛନ୍ତି। ସେଥିରେ ସେ ଥଟ୍ଟା କରି ଲେଖିଛନ୍ତି: ମ୍ୟୁଜିୟମ୍ରେ ପ୍ରଦର୍ଶନ ନିମନ୍ତେ ପିଏଏଫ୍ ଅଭିନନ୍ଦନଙ୍କର ମୂର୍ତ୍ତିଟି ରଖି ଭଲ କରିଛନ୍ତି। ଯଦି ତାଙ୍କ ହାତରେ ଚା’ କପେ ଧରାଇବାର ବ୍ୟବସ୍ଥା କରିପାରନ୍ତେ ଆହୁରି ଭଲ ହୁଅନ୍ତା ବୋଲି ପାକିସ୍ତାନୀ ସାମ୍ବାଦିକ ଲୋଧି ତାତ୍ସଲ୍ୟ କରିଛନ୍ତି।
ପାକିସ୍ତାନର ଘୃଣ୍ୟ ମାନସିକତା, ବାୟୁସେନା ସଂଗ୍ରହାଳୟରେ ଅଭିନନ୍ଦନଙ୍କ ବିକୃତ ମୂର୍ତ୍ତି
Advertisment
Follow Us