ପାକ୍‌କୁ ଏୟାର୍ ଷ୍ଟ୍ରାଇକ୍ ଭୟ

Advertisment

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସମ୍ଭାବ୍ୟ ପ୍ରତିଶୋଧକୁ ନେଇ ପାକିସ୍ତାନର ନିଦ ହଜି ଯାଇଛି। ସମ୍ଭାବ୍ୟ ଭାରତୀୟ ଏୟାର୍‌ ଷ୍ଟ୍ରାଇକ୍‌କୁ ଠାବ କରିବା ପାଇଁ ପାକିସ୍ତାନୀ ସେନା ନିଜର ରାଡାର୍‌...

ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସମ୍ଭାବ୍ୟ ପ୍ରତିଶୋଧକୁ ନେଇ ପାକିସ୍ତାନର ନିଦ ହଜି ଯାଇଛି। ସମ୍ଭାବ୍ୟ ଭାରତୀୟ ଏୟାର୍‌ ଷ୍ଟ୍ରାଇକ୍‌କୁ ଠାବ କରିବା ପାଇଁ ପାକିସ୍ତାନୀ ସେନା ନିଜର ରାଡାର୍‌...

scscsc

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ସମ୍ଭାବ୍ୟ ପ୍ରତିଶୋଧକୁ ନେଇ ପାକିସ୍ତାନର ନିଦ ହଜି ଯାଇଛି। ସମ୍ଭାବ୍ୟ ଭାରତୀୟ ଏୟାର୍‌ ଷ୍ଟ୍ରାଇକ୍‌କୁ ଠାବ କରିବା ପାଇଁ ପାକିସ୍ତାନୀ ସେନା ନିଜର ରାଡାର୍‌ ସିଷ୍ଟମ୍‌କୁ ସିଆଲକୋଟ ସେକ୍ଟର୍‌ର ଫରୱାର୍ଡ ସ୍ଥାନକୁ ସ୍ଥାନାନ୍ତର କରୁଛି। ଫିରୋଜପୁର ସେକ୍ଟର୍‌ ସମ୍ମୁଖରେ ଭାରତୀୟ ଗତିବିଧି ଠାବ କରିବା ପାଇଁ ପାକିସ୍ତାନୀ ସେନାର ଇଲେକ୍ଟ୍ରୋନିକ୍ ଯୁଦ୍ଧ ବାହିନୀକୁ ମଧ୍ୟ ଛାମୁଆ ସ୍ଥାନରେ ମୁତୟନ କରାଯାଉଛି। ନିକଟରେ ପାକିସ୍ତାନ ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ୫୮ କିଲୋମିଟର ଦୂର ଚୋର୍ କ୍ୟାଣ୍ଟନମେଣ୍ଟରେ ଟିପିଏସ୍-୭୭ ରାଡାର୍‌ ସାଇଟ୍ ସ୍ଥାପନ କରିଥିଲା। ଟିପିଏସ୍-୭୭ ମଲ୍‌ଟି-ରୋଲ୍‌ ରାଡାର୍‌ (ଏମ୍‌ଆର୍‌ଆର୍‌) ଏକ 
ଅତ୍ୟନ୍ତ ଦକ୍ଷ ରାଡାର୍ ସିଷ୍ଟମ୍ ଏବଂ ପରିସ୍ଥିତିଗତ ସଚେତନତା ଓ ଏୟାର୍ ଟ୍ରାଫିକ୍ ମନିଟରିଂ ପାଇଁ ବିଶ୍ୱବ୍ୟାପୀ ବ୍ୟବହୃତ ହୁଏ।

ସେପଟେ କ୍ରମାଗତ ପଞ୍ଚମ ଦିନ ପାଇଁ ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। କୁପଵାଡ଼ା, ବାରମୁଳା ଓ ଅଖନୁର ସେକ୍ଟର୍‌ରେ ପାକିସ୍ତାନୀ ସେନା ବିନା ଉତ୍ତେଜନାରେ ଗୁଳି ଚଳାଇବା ଆରମ୍ଭ କରିଥିବା ବେଳେ ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଗତ ସପ୍ତାହରେ ଭାରତର ରାଫେଲ୍‌ ସମେତ ଆଗଧାଡ଼ିର ଲଢୁଆ ବିମାନ ଓ ଏହାର ଶୀର୍ଷ ପାଇଲଟମାନେ ‘ଆକ୍ରମଣ’ ନାମକ ଏକ ବୃହତ୍ ସାମରିକ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ ଏବଂ ନୌସେନା ଏହାର କାର୍ଯ୍ୟକ୍ଷମ ପ୍ରସ୍ତୁତି ପ୍ରଦର୍ଶନ କରିଥିଲା।

ଫ୍ଲାଇଟ୍ ଟ୍ରାକିଂ ୱେବ୍‌ସାଇଟ୍ ଫ୍ଲାଇଟ୍‌ ରାଡାର୍‌୨୪ରୁ ଏକ୍ସରେ ପୋଷ୍ଟ କରାଯାଇଥିବା ସ୍କ୍ରିନ୍‌ସଟ୍ ଅନୁଯାୟୀ, ଉତ୍ତେଜନା ବଢ଼ୁଥିବା ବେଳେ ପାକିସ୍ତାନ ବାୟୁସେନାର ବିମାନ କରାଚିରୁ ଲାହୋର ଏବଂ ଉତ୍ତରରେ ରାୱଲପିଣ୍ଡି ନିକଟରେ ଥିବା ବେସ୍ ଅଭିମୁଖେ ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା। ଗତକାଲି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ମହମ୍ମଦ ଆସିଫ୍ କହିଥିଲେ ଯେ ଭାରତ ପକ୍ଷରୁ ସାମରିକ ଆକ୍ରମଣ ହେବା ସମ୍ଭାବନା ରହିଛି। ତେଣୁ ପାକିସ୍ତାନ ହାଇ ଆଲର୍ଟରେ ଅଛି ଏବଂ ଯଦି ଆମର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୁଏ ତେବେ ଆମେ ପରମାଣୁ ଅସ୍ତ୍ର ବ୍ୟବହାର କରିବୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe